ଭୁବନେଶ୍ବର ୧।୯: ଆସୁଛି ଆଉ ଏକ ଲଘୁଚାପ । ଆସନ୍ତା ୩ ତାରିଖରେ ଉତ୍ତର ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ପରବର୍ତ୍ତୀ ୪୮ଘଣ୍ଟାରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଏନେଇ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଦେଇଛି ।
ସେପଟେ ଆହୁରି ୪୮ ଘଣ୍ଟା ରାଜ୍ୟରେ ଗୁଳୁଗୁଳି ଅନୁଭୂତ ହେବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ଆଲର୍ଟ ଜାରି କରିଛି । ଦୁର୍ବଳ ମୌସୁମୀ ପ୍ରବାହ ପାଇଁ ଉପକୂଳ ଓଡ଼ିଶାରେ ଦିନ ତାପମାତ୍ରା ବୃଦ୍ଧି ପାଉଛି । ଦିନ ସମୟରେ ତାପମାତ୍ରା ସ୍ବାଭାବିକ ଠାରୁ ୩ରୁ ୪ ଡ଼ିଗ୍ରୀ ଅଧିକ ରେକର୍ଡ କରାଯାଉଛି । ଆର୍ଦ୍ରତା ଦିନ ତମାମ ୬୦ ପ୍ରତିଶତ କିମ୍ବା ଏହାଠାରୁ ଅଧିକ ରହୁଥିବାରୁ ଗୁଳୁଗୁଳି ଲାଗିରହୁଛି ।
ସେପ୍ଟେମ୍ବରରେ ବର୍ଷା ସ୍ୱାଭାବିକ ରହିବ । ପ୍ରଥମ ଦୁଇ ସପ୍ତାହରେ ଓଡ଼ିଶାରେ ଭଲ ବର୍ଷା ସମ୍ଭାବନା ଅଛି । ପ୍ରଥମ ଦୁଇ ସପ୍ତାହରେ ଆଗ ପଛ ହୋଇ ଦୁଇଟି ଲଘୁଚାପ ହୋଇପାରେ । ଏହା ପ୍ରଭାବରେ ଭଲ ବର୍ଷା ସମ୍ଭାବନା ଅଛି । ମାତ୍ର ସେପ୍ଟେମ୍ବରର ଭଲ ବର୍ଷା ଓଡ଼ିଶାର ଚାଷ ସ୍ଥିତିକୁ ଆଉ ସୁଧାରିବା ଆଶା କ୍ଷୀଣ ।
ଆସନ୍ତା ୩ ତାରିଖରୁ ବଦଳିବ ପାଗ । ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ସେହିଭଳି ଆସନ୍ତା ୨୪ ଘଣ୍ଟାରେ ମଧ୍ୟରେ ରାଜ୍ୟର କିଛି ସ୍ଥାନରେ ଘଡଘଡି ସହ ବର୍ଷା ସମ୍ଭାବନା ରହିଛି । ବାଲେଶ୍ୱର ଭଦ୍ରକ, ଯାଜପୁର ସମେତ ୧୫ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।
You Can Read :
wp:embed {"url":"https://www.prameyanews7.com/48-hours-have-not-relaxed-due-to-humidity/","type":"wp-embed","providerNameSlug":"prameya-news-7"} /wp:embed