ଭୁବନେଶ୍ବର୨୪/୧୧: ରାଜଧାନୀ ସେକ୍ସ ରାକେଟରେ ବାଂଲା ସୁନ୍ଦରୀ । ବାଂଲାଦେଶରୁ ଭୁବନେଶ୍ବର ଲମ୍ବିଛି ଚେର । ଦେହ ବ୍ୟବସାୟୀରେ ଏକାଧିକ ବାଂଲାଦେଶୀ ଥିବା ଜଣାପଡିଛି । କଟକରୁ ଜଣେ ଯୁବତୀ ଧରାପଡିବା ପରେ ଏବେ ଆରମ୍ଭ ହୋଇଯାଇଛି ଛାନ୍ଭିନ୍ । ଏ ସଂପର୍କରେ ପ୍ରତିକ୍ରିୟା ରଖି ଭୁବନେଶ୍ବର ଡିସିପି ପିନାକ ମିଶ୍ର କହିଛନ୍ତି ମାମଲା ପରେ ସେଠାରେ କାର୍ଯ୍ୟାନୁଷ୍ଠାନ ହେଉଛି । ସେହିପରି ଭୁବନେଶ୍ବର ଉପରେ ତୀକ୍ଷ୍ଣ ନଜର ରଖିଛି କମିଶନରେଟ ପୋଲିସ। ପୋଲିସର ଇଣ୍ଟେଲିଜେନ୍ସ ରଖା ଯାଇଛି। ଯଦି କିଛି ତଥ୍ୟ ଆସେ ଓ ଅଭିଯୋଗ ଆସେ କାର୍ଯ୍ୟାନୁଷ୍ଠାନ ନିଆଯିବ। କିଏ ଓ କେମିତି ଆଣିଲା ଓଡ଼ିଶା ତାର ତଦନ୍ତ ଚାଲିଥିବା କହିଛନ୍ତି ଡିସିପି ।