ପୁରୁଣା ଭଙ୍ଗାଯାଇ ତିଆରି ହେବ ନୂଆ ଘର,ତାଲିକା ପ୍ରସ୍ତୁତ କରୁଛି ଜିଏ ବିଭାଗ

Published By : Prameya-News7 Bureau | November 24, 2024 IST

ଭୁବନେଶ୍ବର୨୪/୧୧: ଏବେ ଆଉ ସରକାରୀ କ୍ବାର୍ଟର ଜବରଦଖଲ କି ଭଡା ଲଗାଇ ପାରିବେନି । ଏମିତି କଲେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ । ଏମିତି କିଛି କଠୋର ବାଣୀ ଶୁଣାଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ସରକାରୀ କ୍ଵାର୍ଟର ଭଡାକୁ ଲଗାଇଲେ, ଆଲର୍ଟମେଣ୍ଟ ହୋଇଥିବା ବ୍ୟକ୍ତି, ଭଡାରେ ରହୁଥିବା ବ୍ୟକ୍ତି ଦୋଷୀ ସାବ୍ୟସ୍ତ ହେବେ । ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। 

ଅନେକ ଜାଗାରେ ସରକାରୀ କ୍ବାର୍ଟର ଜରାଜୀର୍ଣ୍ଣ ଅବସ୍ଥାରେ ଅଛି। ଅନେକ ଜାଗାରେ କ୍ଵାଟର ମାଡି ବସିଛନ୍ତି ଲୋକ। ଏହା ଉପରେ GA ବିଭାଗ ଏକ ତାଲିକା ପ୍ରସ୍ତୁତ କରୁଛି । ଏଭଳି ହେଉଥିବା ଜାଗାରେ ଉଛେଦ କରିବା ପ୍ରକ୍ରିୟା ଆରମ୍ଭ ହୋଇଛି।  ବର୍ତ୍ତମାନ ସରକାରୀ କ୍ବାର୍ଟର ଯେମିତି ମିଳିବା କଥା ସେଭଳି ବ୍ୟବସ୍ଥା ହେବ। ସରକାର ଯୋଜନା କରୁଛନ୍ତି ଯେଉଁ ଅଞ୍ଚଳରେ ଘର ହେଉଛି ବା ପୁରୁଣା ହୋଇଗଲାଣି ତାକୁ ଭାଙ୍ଗି ନୂଆ ଆକାରରେ ତିଆରି କରାଯିବ ଯାହା ଫଳରେ ଗୋଟିଏ ଜାଗାରେ ବହୁତ ଲୋକ ରହିପାରିବେ। ସେହି ବାବଦରେ ଆମ ସରକାର କାର୍ଯ୍ୟ କରୁଥିବା କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ।


 

  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.