ଭୁବନେଶ୍ବର ୨୧/୧୧: ୫ ବର୍ଷ ପୂର୍ବରୁ ପୁଣି ବିଜେଡି କ୍ଷମତାକୁ ଫେରିବା ନେଇ ପୂର୍ବରୁ ଅନେକ ନେତାଙ୍କ ବୟାନ ସାମ୍ନାକୁ ଆସି ସାରିଛି । ଏମିତି ସ୍ଥିତିରେ ସେମାନଙ୍କୁ ଜବାବ ଦେଇଛନ୍ତି ବିଜେଡିର ବରିଷ୍ଠ ବିଧାୟକ ବଦ୍ରି ପାତ୍ର । ସେ କହିଛନ୍ତି ବିଜେଡି ପୁଣି ସରକାରକୁ ଫେରିବା ଅବାସ୍ତବ କଥା । ଦଳର ଯେଉଁ ନେତା ଏକଥା କହୁଛନ୍ତି ତାର ଯଥାର୍ଥତା ନାହିଁ । ସଂଖ୍ୟା ଗରିଷ୍ଠତା ହାସଲ କରି ବିଜେପି ସରକାରକୁ ଆସିଛି । ୟା ପରେ ବିଜେଡି କଂଗ୍ରେସ ସହ ମିଶି ସରକାର କରିବ କଥା ଅବାସ୍ତବ ।
ଏପରି ଅବାସ୍ତବ କଥା କହିବାକୁ ସେମାନେ ପ୍ରାଧିକୃତ କି ନାହିଁ ଜାଣିନି । ନବୀନ ବାବୁ ଏହା କହିବାକୁ କହିଛନ୍ତି କି ନାହିଁ ଜାଣିନି । ବିଜେପି ସହ ଆମେ ସମଦୂରତାରେ ଅଛୁ । କଂଗ୍ରେସ ସହ ଆମେ କେବେ ନଥିଲୁ । ଯେଉଁମାନେ ବିଜେଡି କଂଗ୍ରେସ ସହ ମିଶି ସରକାର ଗଢିବା କଥା କହୁଛନ୍ତି ସେମାନଙ୍କ ମତିଭ୍ରମ ହୋଇଛି । ଏପରି ମନ୍ତବ୍ୟ ଦେଇ ସେମାନେ ନିନ୍ଦିତ ହେଉଥିବା କହିଛନ୍ତି ବିଧାୟକ ବଦ୍ରି ପାତ୍ର ।