ବନ୍ଦ ଘରୁ ମହିଳା ଡାକ କର୍ମଚାରୀଙ୍କ ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ

Published By : Prameya-News7 Bureau | July 18, 2024 IST

ଭଞ୍ଜନଗର ୧୮।୭: ବନ୍ଦ ଘରୁ ମହିଳା ଡାକ କର୍ମଚାରୀଙ୍କ ମୃତଦେହ ଉଦ୍ଧାର । ଗଞ୍ଜାମ ଜିଲ୍ଲା ବୁଗୁଡା ଥାନା ଅଞ୍ଚଳରେ ଘଟିଛି ଏଭଳି ଅଭାବନୀୟ ଘଟଣା । ପୋଲିସ ମୃତଦେହ ଉଦ୍ଧାର କରି ତଦନ୍ତ ଜାରି ରଖିଛି ।

ସୂଚନାଯୋଗ୍ୟ ଯେ, ମୃତ ମହିଳା କର୍ମଚାରୀ ଜଣଙ୍କ ଗଞ୍ଜାମ ଜିଲ୍ଲା ବୁଗୁଡା ସହରରେ ଥିବା ପୋଷ୍ଟ ଅଫିସରେ ବହୁଦିନ ଧରି କାର୍ଯ୍ଯ କରିଆସୁଥିଲେ । ବନ୍ଦ ଘରୁ ମହିଳା କର୍ମଚାରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ମୃତ ମହିଳା କର୍ମଚାରୀ ଜଣକ ଖୋର୍ଦ୍ଧା ଜିଲ୍ଲା କୁହୁଡି ନିକଟସ୍ଥ ସୋରଣ ଗ୍ରାମର ବୋଲି ଜଣାପଡିଛି । ଉକ୍ତ ଘର ଭିତରେ ସେ ଏକାକୀ ଭଡା ନେଇ ରହୁଥିବା ବେଳେ ଘରର ଭିତର ପଟୁ ବନ୍ଦ ରହିଥିଲା । ଘର ମାଲିକ ବୁଗୁଡା ଥାନାକୁ ଖବର ଦେବା ପରେ ପୋଲିସ ପହଞ୍ଚି ସାହିବାସିନ୍ଦା ତଥା ଘରମାଲିକଙ୍କ ଉପସ୍ଥିତିରେ ଘର ଖୋଲାଯାଇଥିଲା । ପରେ ମହିଳା କର୍ମଚାରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିଲା । ଘଟଣାସ୍ଥଳରୁ ପୋଲିସ ପରିବାର ଲୋକଙ୍କୁ ସୂଚନା ଦେବା ସହ ପୋଷ୍ଟ ବିଭାଗୀୟ ଅଧିକାରୀଙ୍କୁ ମଧ୍ୟ ଅବଗତ କରାଇଛି । ଖବର ଲେଖାହେବା ବେଳକୁ ତାଙ୍କ ପରିବାର ଲୋକେ ପହଞ୍ଚିନଥିଲେ । ପୋଲିସ ଛାନଭିନ ଜାରି ରହିଛି ।

You Can Read:

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ଗୋବିନ୍ଦ, ଘରକୁ ଫେରିଲା ମୃତଦେହ


 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.