ନାରାୟଣପାଟଣା ୩୦।୭: ମାଛ ଧରାଳୀଙ୍କ ଜାଲରେ ପଡିଲା ନିଖୋଜ ବାଳିକାଙ୍କ ମୃତଦେହ I ଶନିବାର ସନ୍ଧ୍ୟାରେ କୋରାପୁଟ ଜିଲ୍ଲା ନାରାୟଣପାଟଣା ଝଞ୍ଜାବତୀ ନଦୀରେ ଶୌଚ ପାଇଁ ଯାଇଥିବା ବେଳେ ଗର୍ଭବତୀ ମା’ ଓ ଝିଅ ଭାସିଯିବା ଘଟଣାର ଦୀର୍ଘ ତିନି ଦିନ ପରେ ଝିଅର ଶବ ମିଳିଛି । ରବିବାର ଦିନ ଗର୍ଭବତୀ ମା’ଙ୍କର ଶବ ମିଳିଥିଲା ।
ସୂଚନାଯୋଗ୍ୟ ଯେ, ଝଞ୍ଜାବତୀ ନଦୀରେ ୮ ମାସର ଗର୍ଭବତୀ ମା’ ମୋତି ତାଡିଙ୍ଗ ଓ ୬ ବର୍ଷର ଝିଅ ନିକିତା ତାଡିଙ୍ଗ ଶନିବାର ଦିନ ଝଞ୍ଜାବତୀ ନଦୀରେ ଭାସି ଯାଇଥିଲେ । ଦୁଇ ଦିନ ତଳେ କୋରାପୁଟ ଓଡ଼୍ରାଫ ଟିମ୍କୁ ମା’ଙ୍କ ମୃତଦେହ ମିଳିଥିବା ବେଳେ କେନ୍ଦୁଗୁଡା ଗାଁ ନଦୀ ନିକଟରୁ ଠାବ ହୋଇଥିଲା ଝିଅର ମୃତଦେହ I କେନ୍ଦୁଗୁଡା ଗାଁର ହରିଆ ଡଲୁ, ହରିଆ ସୁରେନ୍ଦ୍ର ଓ ଜୁମ୍ବୁଡୁ ପାହାନ୍ତିଆରେ ମାଛ ଧରିବାକୁ ନଈକୁ ଯାଇଥିବା ବେଳେ ଜାଲରେ ମୃତଦେହଟି ଲାଗିଥିଲା । ପରେ ପୋଲିସ, ଓଡ୍ରାଫ ଟିମ୍ ଓ ଅଗ୍ନିଶମ ବିଭାଗ ମୃତଦେହ ଜବତ କରି ବ୍ୟବଚ୍ଛେଦ ଗୃହକୁ ପଠାଇବା ପରେ ପରିବାର ଲୋକଙ୍କୁ ଖବର ଦିଆଯାଇଛି I
You Can Read:
ରାଇକଳା ଗାଁରେ ବଣୁଆ ହାତୀ ପଲଙ୍କ ଉପଦ୍ରବ, ଗାଁରେ ପଶି ଭାଙ୍ଗିଲେ ୪ ବଖରା ଘର