ଟ୍ୟୁସନ ଯାଇ ଆଉ ଫେରିଲେନି ନାବାଳିକା, ଏବେ ପାହାଡ଼ ଉପରୁ ମିଳିଲା ନରକଙ୍କାଳ !

Published By : Prameya-News7 Bureau | March 24, 2025 IST

ଭଞ୍ଜନଗର ୨୪।୦୩ : ଗଞ୍ଜାମ କୋଟାମଣି ପାହାଡ ପାଖରୁ ଖପୁରୀ ଏବଂ ହାଡ ଜବତ ହେବା ଘଟଣାରେ ଛାନଭିନ୍ । ଘଟଣାସ୍ଥଳରୁ ମୋବାଇଲ୍ , ପ୍ୟାଣ୍ଟ୍, ବେକର୍ ମାଳି ଜବତ ହୋଇଛି। ସାଇଟଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି । ନରକଙ୍କାଳଟି ଜଣ ନାବାଳିକାଙ୍କର ବୋଲି ଜଣାପଡିଛି। 

ଖବର ଅନୁଯାୟୀ, ଟିକାବାଲି ଅଞ୍ଚଳର କାମାକ୍ଷା ମହାପାତ୍ରଙ୍କ ଝିଅ ଫେବ୍ରୁଆରୀ ୨୭ ତାରିଖ ଦିନ ଟ୍ୟୁସନରୁ ଘରକୁ ଫେରିନଥିଲେ । ବହୁ ଖୋଜାଖୋଜି ପରେ ଘର ଲୋକ ସ୍ଥାନୀୟ ଟିକାବାଲି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ତେବେ ପାହାଡ ପାଖରୁ କଙ୍କାଳ ମିଳିବା ବିଷୟରେ ପୋଲିସଠାରୁ ସୂଚନା ପାଇ ଘଟଣା ସ୍ଥଳରେ ଘର ଲୋକ ପହଞ୍ଚିଥିଲେ । ମୋବାଇଲ୍, ମାଳି, ସାର୍ଟ ପ୍ୟାଣ୍ଟ ଦେଖି ଏସବୁ ନିଜ ଝିଅର ବୋଲି ଚିହ୍ନଟ କରିଥିଲେ। ତେବେ ନାବାଳିକାଙ୍କର କେମିତି ମୃତ୍ୟୁ ହେଲା, ସେନେଇ ଛାନ୍‌ଭିନ୍‌ ଜାରି ରଖିଛି ସ୍ଥାନୀୟ ପୋଲିସ । 

  • prameyanews7
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.