ଭିଜିଲାନ୍ସ ପଞ୍ଝାରେ କୁବେର ସରକାରୀ ବାବୁ, ଜଟଣୀ ମ୍ୟୁନିସିପାଲିଟିର ନିର୍ବାହୀ ଅଧିକାରୀ ଗିରଫ

Published By : Prameya-News7 Bureau | March 26, 2025 IST

ଭୁବନେଶ୍ବର ୨୬: ଗିରଫ ହେଲେ କୁବେର ସରକାରୀ ବାବୁ ସୂର୍ଯ୍ୟମଣି ପାଟଯୋଶୀ । ଜଟଣୀ ମ୍ୟୁନିସିପାଲିଟିର ନିର୍ବାହୀ ଅଧିକାରୀ ହେଉଛନ୍ତି ସୂର୍ଯ୍ୟମଣି । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଦ୍ଵାରା ଗିରଫ ହୋଇଛନ୍ତି । କୁବେର ବାବୁଙ୍କର ୧୧ଟି ପ୍ଲଟ, ୪ଟି ବହୁମୂଲ୍ୟ ଫ୍ଲାଟ ଓ ଦୁଇଟି ବହୁତଳ ଘର ଠାବ ହୋଇଛି । ତାଙ୍କ ନିକଟରୁ ନଗଦ ୧୭ ଲକ୍ଷ ଟଙ୍କା ଜବତ ହୋଇଛି । ସୂର୍ଯ୍ୟମଣି ପାଟଯୋଶୀଙ୍କ ଘରୁ ୪୭୫ ଗ୍ରାମର ସୁନା ଅଳଙ୍କାର ସହିତ ୯୦ ଲକ୍ଷ ଟଙ୍କା ଜମା ଥିବା ଜଣାପଡିଛି । 

ସୂର୍ଯ୍ୟମଣୀ ଜଣେ ଅଭ୍ୟାସଗତ ଦୁର୍ନୀତିଖୋର ବୋଲି ପ୍ରମାଣ ଅଛି ବୋଲି ଭିଜିଲାନ୍ସ କହିଛି । ତାଙ୍କ ନାଁରେ ପୂର୍ବରୁ ଦୁର୍ନୀତିର ଅଭିଯାଗ ଥିଲା . ଯେଉଁ କାରଣରୁ ତାଙ୍କର ଇନ୍କ୍ରିମେଣ୍ଟ ରୋକାଯାଇଥିବା କହିଛି ଭିଜିଲାନ୍ସ । ତେବେ ଗତ ୨ ଦିନ ଭିତରେ ସୂର୍ଯ୍ୟମଣିଙ୍କ ଠାରୁ ଯାହା କିଛି ଜବତ ହୋଇଛି, ତାହା ତାଯୁବ କଲାଭଳି । 

You Can Read:

ବିଧାନସଭାରେ ବିବୃତି ରଖିଲେ ବାଚସ୍ପତି, ଗୃହକୁ ଫେରିଲେ ବିଜେଡି ସଦସ୍ୟ


  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.