ମାଗିଥିଲେ ୧୦ ହଜାର, ନେଉଥିଲେ ୬ ହଜାର : ଭିଜିଲାନ୍ସ ହାତରେ ଧରାପଡ଼ିଲେ

Published By : Prameya-News7 Bureau | March 26, 2025 IST

ସୁନ୍ଦରଗଡ଼ ୨୬: ଲାଞ୍ଚ ନେଇ ଧରାପଡିଲେ ତହସିଲ ଅମିନ । ସୁନ୍ଦରଗଡ଼ କୁତ୍ରା ତହସିଲ ଅମିନ ଶିଶିର କୁମାର ନାଏକ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । ୬ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ତାଙ୍କୁ ଭିଜିଲାନ୍ସ ଟିମ୍ ଧରିଛନ୍ତି । ଜମି ପଟ୍ଟା କରାଇ ଦେବାକୁ ଲାଞ୍ଚ ନେବାବେଳେ ଧରାପଡ଼ିଛନ୍ତି । ତେବେ ପଟ୍ଟା କରାଇ ଦେବାକୁ ଅମିନ ଜଣକ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ହେଲେ ଏତେ ଟଙ୍କା ଦେଇ ପାରିବେନି ବୋଲି ଅଭିଯୋଗକାରୀ କହିଥିଲେ । ପରେ ୬ ହଜାର ଟଙ୍କାରେ କଥା ଫାଇନାଲ ହୋଇଥିଲା । ବୁଧବାର ଲାଞ୍ଚ ନେବା ବେଳେ ଅମିନଙ୍କୁ ଧରିଥିଲା ଭିଜିଲାନ୍ସ ବିଭାଗ । ତାଙ୍କ ନିକଟରୁ ଭିଜିଲାନ୍ସ ଟିମ୍ ୬ ହଜାର ଟଙ୍କା ଜବତ କରିଛି ।

ସୂଚନାଯୋଗ୍ୟ ଯେ, ପୈତୃକ ଜମିକୁ  ଭାଗ କରିବା ପାଇଁ କୋର୍ଟରେ ଆବେଦନ ହୋଇଥିଲା ପାର୍ଟିସନ । କୋର୍ଟ ଆବେଦନକୁ ଗ୍ରହଣ କରି ସ୍କେଚ୍ ମ୍ୟାପ୍ ପ୍ରସ୍ତୁତ କରିବା ପାଇଁ କୁତ୍ରା ତହସିଲକୁ ନିର୍ଦ୍ଦେଶ ଦେଇଥିଲେ । କୁତ୍ରା ତହସିଲଦାର ଅମିନ ଶିଶିର କୁମାର ନାଏକଙ୍କୁ ସ୍କେଚ୍ ମ୍ୟାପ୍ ପ୍ରସ୍ତୁତ ପାଇଁ ଦାଇତ୍ୱ ଦେଇଥିଲେ । ଅମିନ ଶିଶିର କୁମାର ନାଏକ ସ୍କେଚ୍ ମ୍ୟାପ୍ ପ୍ରସ୍ତୁତ ପାଇଁ ୧୦ ହଜାର ଟଙ୍କା ମାଗିଥିଲେ । ଶେଷରେ ୬ ହଜାର ଟଙ୍କାର  ଚୁକ୍ତି ହୋଇଥିଲା । ଚୁକ୍ତି ହେବା ପରେ ବାରମ୍ବାର ଦଉଡ଼ାଇଥିଲେ ତହସିଲ ଅଫିସ । ଶେଷରେ ବିଶ୍ରାମ ଓରାମ ନେଇଥିଲେ ରାଉରକେଲା ଭିଜିଲାନ୍ସର ସହାୟତା । ବୁଧବାର କାର୍ଯ୍ୟାଳୟରେ ୬ ହଜାର ଲାଞ୍ଚ ନେଉଥିବା ବେଳେ ମାଡ଼ିବସିଲା ଭିଜିଲାନ୍ସ । ଅମିନ ଶିଶିର କୁମାର ନାଏକଙ୍କ କାର୍ଯ୍ୟାଳୟ ସହ ପୈତୃକ ଘର ସୁନ୍ଦରଗଡ଼ ସଦର ଥାନା ମହୁଲପାଲ୍ଲୀରେ ଭିଜିଲାନ୍ସ ଯାଞ୍ଚ କରୁଛି ।

You Can Read:

ବିନା ବିରୋଧୀ ଦଳରେ ବିଧାନସଭା ଚଳାଇଲେ ଆମେ ସହଯୋଗ କରିବୁ ନାହିଁ : ବିଜେଡି

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.