ଭିଜିଲାନ୍ସ ଜାଲରେ ପୌରପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ, ଏକାସାଙ୍ଗେ ୯ଟି ସ୍ଥାନରେ ଚାଲିଛି ଚଢାଉ

Published By : Prameya-News7 Bureau | March 25, 2025 IST

ଜଟଣୀ ୨୫।୦୩ : ଭିଜିଲାନ୍ସ ଜାଲରେ ପୌରପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ । ଜଟଣୀ ପୌରପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ସୂର୍ଯ୍ୟମଣୀ ପାଟଯୋଶୀଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢାଉ ଚାଲିଛି । ଏକାସାଙ୍ଗେ ୯ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଉଛି। 

ଆୟ ବହିର୍ଭତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ଜଟଣୀ ପୌରପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ସୂର୍ଯ୍ୟମଣୀ ପାଟଯୋଶୀଙ୍କ ଘରେ ଚଢାଉ ହୋଇଛି । ଏକାସାଙ୍ଗେ ୯ଟି ସ୍ଥାନରେ ଚଢାଉ ଜାରି ରହିଛି । ଚଢାଉ ହେଉଥିବା ସ୍ଥାନ ମଧ୍ୟରେ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ କାର୍ଯ୍ୟାଳୟ,  ଖୋର୍ଦ୍ଧା, ଭୁବନେଶ୍ୱର, ବ୍ରହ୍ମପୁରର କିଛି ଅଞ୍ଚଳ ରହିଛି । ସେହିପରି ବ୍ରହ୍ମପୁରର ଗୋବିନ୍ଦନଗର ଥିବା ପୈତୃକ ଘରେ ଚଢାଉ ହେଉଥିବା ବେଳେ ଲାଞ୍ଜିପାଲ୍ଲୀରେ ଥିବା ସୂର୍ଯ୍ୟମଣିଙ୍କ ଶାଳକଙ୍କ ଘର ମଧ୍ୟ ରହିଛି । କଟକ ଭିଜିଲାନ୍ସ ଟିମ୍‌ ପକ୍ଷରୁ ଏହି ଚଢାଉ ଜାରି ରହିଛି । 

  • prameyanews7
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.