କଣ୍ଟ୍ରୋଲ ଦୋକାନରେ ଆଳୁ ବିକ୍ରି ଆରମ୍ଭ : ୩ କିଲୋକୁ ୧୦୦ ଟଙ୍କାରେ ବିକ୍ରି କରୁଛନ୍ତି ଡିଲର

Published By : Prameya-News7 Bureau | August 10, 2024 IST

ଭୁବନେଶ୍ବର ୧୦ଭୁବନେଶ୍ବରରେ କଣ୍ଟ୍ରୋଲ ଦୋକାନରେ ଆଳୁ ବିକ୍ରି ଆରମ୍ଭ ହୋଇଛି । ୩ କେଜି ଆଳୁକୁ ୧୦୦ ଟଙ୍କା ହିସାବରେ ବିକ୍ରି କରିବେ ଡିଲର । ସରକାରଙ୍କ ପକ୍ଷରୁ ଧାର୍ଯ୍ୟ ଦରରେ ଆଳୁ ବିକ୍ରି ଆରମ୍ଭ ହୋଇଛି । ପ୍ରତି ପରିବାର ପିଛା ୩ କେଜି ଆଳୁ ଦିଆଯିବ । କାର୍ଡଧାରୀ ଏବଂ ବିନା କାର୍ଡଧାରୀଙ୍କୁ ଆଳୁ ମିଳିବ । ପ୍ରଥମେ ଭୁବନେଶ୍ବର ମହାନଗର ନିଗମ ଅଧୀନରେ ୧୦୦ ଡିଲର ପଏଣ୍ଟରେ ଆଳୁ ବିକ୍ରି ଆରମ୍ଭ ହୋଇଛି ।

ସେପଟେ କଲିକତାରୁ ଓଡିଶା ଆସିଛି ଆଳୁ ଟ୍ରକ୍ । ଆଇଗିଣିଆ ଆଳୁ ଡିପୋରେ ରାତିରେ ଲାଗିଛି ୮ଟି ଆଳୁ ଟ୍ରକ୍ । ଦର ନିୟନ୍ତ୍ରଣ ସ୍ଥିତିକୁ ନ ଆସିଲେ ବି ପୂର୍ବାପେକ୍ଷା ଦରଦାମ୍‌ରେ ସୁଧାର ଆସିବ ବୋଲି ଗ୍ରାହକ ଆକଳନ କରିଛନ୍ତି । ଅନ୍ୟପଟେ ଏବେ ବି କିଣା ଅଧିକ ଟଙ୍କା ପଡୁଥିବାରୁ କିଲୋ ପିଛା ଦର ୪୦ରୁ କମିବନି ବୋଲି ବ୍ୟବସାୟୀ କହିଥିଲେ ।

ପଶ୍ଚିମବଙ୍ଗରୁ ଭାୟା ବିହାର ଦେଇ ଭୁବନେଶ୍ବର ଆସୁଛି ଆଳୁ ଗାଡି । ଆଳୁ ଗାଡି ନେଇ ଆସିଥିବା ପଶ୍ଚିମବଙ୍ଗ ଡ୍ରାଇଭର ପ୍ରତିକ୍ରିୟା ରଖି ଏଭଳି କହିଛନ୍ତି । ଡ୍ରାଇଭର ଜଣଙ୍କ କହିଛନ୍ତି., ଆମ ସରକାର ଓଡିଶାକୁ ଆଳୁ ଟ୍ରକ୍ ଛାଡୁ ନାହାନ୍ତି । ବିହାର, ଝାଡଖଣ୍ଡ ଦେଇ ଗାଡି ଆଣୁଛୁ । ସିଧାସଳଖ ପଶ୍ଚିମବଙ୍ଗରୁ ଆସିଥିଲେ ଗୋଟିଏ ଦିନରେ ପହଞ୍ଚିଥାନ୍ତୁ । ବିହାର, ଝାଡଖଣ୍ଡ ଦେଇ ଆସିବାକୁ ୪ ଦିନ ଲାଗୁଛି ।

You Can Read:

କେନ୍ଦ୍ର କ୍ୟାବିନେଟରେ ନୂଆ ରେଳ ଲାଇନ ମଞ୍ଜୁରୀରେ ଓଡ଼ିଶାକୁ ପ୍ରାଧାନ୍ୟ, ୧୫ହଜାର କୋଟି ଟଙ୍କାର ଉପହାର ଓଡ଼ିଶାର ରେଳ ଭିତ୍ତିଭୂମିକୁ ସୁଦୃଢ କରିବ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.