କଣ୍ଟାବାଞ୍ଜି ସବ୍ ଜେଲ୍‌ରେ କଏଦୀର ମୃତ୍ୟୁ, ସ୍ତ୍ରୀକୁ ହତ୍ୟା ଅଭିଯୋଗରେ ଜେଲ୍‌ରେ ଥିଲେ

Published By : Prameya-News7 Bureau | October 02, 2024 IST

କଣ୍ଟାବାଞ୍ଜି ୨।୧୦: ବଲାଙ୍ଗୀର କଣ୍ଟାବାଞ୍ଜି ସବ୍ ଜେଲ୍‌ରେ ଜଣେ କଏଦୀର ମୃତ୍ୟୁ ହୋଇଛି । କଏଦୀ ଜଣକ ଛାତିରେ ଯନ୍ତ୍ରଣା ଅନୁଭବ କଲା ପରେ ତାଙ୍କୁ କଣ୍ଟାବାଞ୍ଜି ଡାକ୍ତରଖାନାକୁ ଚିକିତ୍ସା ପାଇଁ ଅଣାଯାଇଥିଲା । ତେବେ ଡାକ୍ତରଖାନାରେ ଚିକିତ୍ସା ଅବସ୍ଥାରେ ମୃତ୍ୟୁ ହୋଇଛି । ମୃତ କଏଦୀ ଜଣକ ବଙ୍ଗୋମୁଣ୍ଡା ଥାନା ମାଳପଡା ଗାଁର ହୀରାଧର ତାଣ୍ଡି । 

ସୂଚନାଯୋଗ୍ୟ ଯେ, ହୀରାଧର ନିଜ ସ୍ତ୍ରୀ ହତ୍ୟା ଅଭିଯୋଗରେ ୨୦୨୩ରେ କୋର୍ଟ ୧୦ ବର୍ଷ ଦଣ୍ଡାଦେଶ ଶୁଣାଇଥିଲେ । କଣ୍ଟାବାଞ୍ଜି ସବ୍‌ ଜେଲ୍‌ରେ ସଜା କାଟୁଥିବା ବେଳେ କିଛି ଦିନ ପୂର୍ବରୁ ମଧ୍ୟ ହୀରାଧରଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍ ନଥିବା ଯୋଗୁ ପ୍ରଥମେ କଣ୍ଟାବାଞ୍ଜି ଡାକ୍ତରଖାନା ପରେ ବଲାଙ୍ଗିର ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଚିକିତ୍ସା ପାଇଁ ନିଆଯାଇଥିଲା । 

ଗତ କିଛି ବର୍ଷ ପୂର୍ବରୁ ମଧ୍ୟ ରଘୁରାମ ମାଝୀ ନାମକ ଜଣେ ବିଚାରାଧୀନ କଏଦୀଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା ।

You Can Read:

ସମ୍ବଲପୁର ସମଲେଶ୍ବରୀ ମନ୍ଦିରରେ ଭିଡିଓଗ୍ରାଫି ମନା, ନା ହେବ ରିଲ୍ସ ନା ପ୍ରି ଓ୍ବେଡିଂ ଫଟୋସୁଟ୍

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.