ଲାଓସ୍‌ରେ ଭାରତ-ଚୀନ୍‌ ପ୍ରତିରକ୍ଷା ମନ୍ତ୍ରୀଙ୍କ ବୈଠକ, ସୀମାରେ ଶାନ୍ତି ବଜାୟ ରଖିବାକୁ ଆଲୋଚନା

Published By : Prameya-News7 Bureau | November 21, 2024 IST

ନୂଆଦିଲ୍ଲୀ ୨୧/୧୧: ଲାଓସ ଭିଏଣ୍ଟିଆନେରେ ଭାରତ-ଚୀନ ଦ୍ୱିପାକ୍ଷିକ ଆଲୋଚନା । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ଚୀନ୍ ପ୍ରତିରକ୍ଷା ମନ୍ତ୍ରୀ ଡୋଙ୍ଗ ଜୁନ୍‌ଙ୍କ ମଧ୍ୟରେ ବସିଥିଲା  ଦ୍ୱିପାକ୍ଷିକ ବୈଠକ । ଯେଉଁଥିରେ ଦୁଇ ଦେଶ ମଧ୍ୟରେ ସୀମା ବିବାଦ ଏବଂ ସୈନ୍ୟ ପ୍ରତ୍ୟାହାର ନେଇ ଆଲୋଚନା ହୋଇଥିଲା । ଏହାସହ ଶାନ୍ତି ଓ ସହଯୋଗ ପାଇଁ ଭାରତ-ଚୀନ ସମ୍ପର୍କ ବଜାୟ ରଖିବାକୁ ରାଜନାଥ ସିଂହ ଆହ୍ୱାନ ଦେଇଛନ୍ତି । ଏଡିଏମଏମ-ପ୍ଲସ୍ ବୈଠକରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ପ୍ରସଙ୍ଗ ଥିଲା ସୁରକ୍ଷା । 

ଲାଓସର ଭିଏଣ୍ଟିଆନେଠାରେ ଆୟୋଜିତ ଏକାଦଶ ଏସିଆନ ପ୍ରତିରକ୍ଷା ମନ୍ତ୍ରୀଙ୍କ ବୈଠକ ଏଡିଏମ୍ଏମ୍-ପ୍ଲସ ଅବସରରେ ଏହି ଆଲୋଚନା ହୋଇଥିଲା। ଲଦାଖ ଅଞ୍ଚଳରେ ସାମରିକ ପ୍ରତ୍ୟାହାର ଓ ଉତ୍ତେଜନା ହ୍ରାସ ପାଇଁ ନିକଟରେ ଦୁଇ ଦେଶ ମଧ୍ୟରେ ହୋଇଥିବା ଚୁକ୍ତି ପରେ ପ୍ରଥମ ଥର ପାଇଁ ଏହି ବୈଠକ ଅନୁଷ୍ଠିତ ହୋଇଛି । ବୈଠକରେ ସୀମାରେ ଶାନ୍ତି ଓ ସ୍ଥିରତା ବଜାୟ ରଖିବା ସହ ଅନେକ ପ୍ରସଙ୍ଗରେ ଆଲୋଚନା ହୋଇଥିଲା। 

ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଗୁରୁତ୍ୱାରୋପ କରି କହିଛନ୍ତି ଯେ ଭାରତ ଏବଂ ଚୀନ୍ ଭଳି ବିଶାଳ ଦେଶ ମଧ୍ୟରେ ଶାନ୍ତିପୂର୍ଣ୍ଣ ସମ୍ପର୍କ କେବଳ ଏସିଆ ପାଇଁ ନୁହେଁ ବରଂ ବିଶ୍ୱ ଶାନ୍ତି ଏବଂ ସମୃଦ୍ଧି ପାଇଁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ । ରକ୍ଷାମନ୍ତ୍ରୀଙ୍କ କାର୍ଯ୍ୟାଳୟ 'ଏକ୍ସ'ରେ ସୂଚନା ଦେଇ ସ୍ପଷ୍ଟ କରିଛି ଯେ,  ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଚୀନ୍ ପ୍ରତିରକ୍ଷା ମନ୍ତ୍ରୀ ଡୋଙ୍ଗ ଜୁନ୍‌ଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି । ଗତ ମାସରେ ଦୀର୍ଘ ସମୟ ଧରି ଆଲୋଚନା ପରେ ଭାରତ ଏବଂ ଚୀନ୍ ପୂର୍ବ ଲଦାଖର ବିବାଦୀୟ ଅଞ୍ଚଳରୁ ସୈନ୍ୟ ପ୍ରତ୍ୟାହାର କରି ଶାନ୍ତି ଫେରାଇ ଆଣିବାକୁ ସହମତି ପ୍ରକାଶ କରିଥିଲେ । 

ଏହା ପରେ ସୀମା ପାଟ୍ରୋଲିଂ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଛି । ଦୁଇ ଦେଶ ମଧ୍ୟରେ ବିଶ୍ୱାସ ଫେରାଇ ଆଣିବା ଦିଗରେ ଏହି ବୈଠକ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ବିବେଚନା କରାଯାଉଛି । ଆଶା କରାଯାଉଛି ଯେ ଏହି ବାର୍ତ୍ତାଳାପ ଭାରତ ଏବଂ ଚୀନ୍ ମଧ୍ୟରେ ଦୀର୍ଘ ଦିନ ଧରି ଚାଲିଆସୁଥିବା ସୀମା ବିବାଦର ସମାଧାନ ପାଇଁ ଅଧିକ ଅଗ୍ରଗତି କରିବ।

ରକ୍ଷାମନ୍ତ୍ରୀଙ୍କ କାର୍ଯ୍ୟାଳୟ 'ଏକ୍ସ'ରେ ସୂଚନା ଦେଇ ସ୍ପଷ୍ଟ କରିଛି ଯେ,  ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଚୀନ୍ ପ୍ରତିରକ୍ଷା ମନ୍ତ୍ରୀ ଡୋଙ୍ଗ ଜୁନ୍‌ଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି । ଗତ ମାସରେ ଦୀର୍ଘ ସମୟ ଧରି ଆଲୋଚନା ପରେ ଭାରତ ଏବଂ ଚୀନ୍ ପୂର୍ବ ଲଦାଖର ବିବାଦୀୟ ଅଞ୍ଚଳରୁ ସୈନ୍ୟ ପ୍ରତ୍ୟାହାର କରି ଶାନ୍ତି ଫେରାଇ ଆଣିବାକୁ ସହମତି ପ୍ରକାଶ କରିଥିଲେ । 

ଏହା ପରେ ସୀମା ପାଟ୍ରୋଲିଂ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଛି । ଦୁଇ ଦେଶ ମଧ୍ୟରେ ବିଶ୍ୱାସ ଫେରାଇ ଆଣିବା ଦିଗରେ ଏହି ବୈଠକ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ବିବେଚନା କରାଯାଉଛି । ଆଶା କରାଯାଉଛି ଯେ ଏହି ବାର୍ତ୍ତାଳାପ ଭାରତ ଏବଂ ଚୀନ୍ ମଧ୍ୟରେ ଦୀର୍ଘ ଦିନ ଧରି ଚାଲିଆସୁଥିବା ସୀମା ବିବାଦର ସମାଧାନ ପାଇଁ ଅଧିକ ଅଗ୍ରଗତି କରିବ।




News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.