ଦୀପାବଳି ପୂର୍ବରୁ ଦିଲ୍ଲୀ ଧୂଆଁ ଧୂଆଁ; ଏୟାର କ୍ବାଲିଟି ଇଣ୍ଡେକ୍ସ ୪୦୦ ପାର୍, ଆହୁରି ଖରାପ ହେବ !

Published By : Prameya-News7 Bureau | October 31, 2024 IST

ନୂଆଦିଲ୍ଲୀ: ଶୁଭ ଦୀପାବଳି । ପଲ୍ଲିରୁ ଦିଲ୍ଲୀ ପର୍ଯ୍ୟନ୍ତ ସବୁଠି ଉତ୍ସବର ମାହୋଲ । ତେବେ ଦୀପାବଳିର ଆସତବାଜି ପୂର୍ବରୁ ରାଜଧାନୀ ଦିଲ୍ଲୀର ବାୟୁ ପ୍ରଦୂଷଣ ନିମ୍ନ ସ୍ତରକୁ ହ୍ରାସ ପାଇଛି । ଦିଲ୍ଲୀ-ଏନସିଆର୍ ଆକାଶ ଧୂଆଁ ଧୂଆଁ ହୋଇଯାଇଛି । ବାୟୁର ଗୁଣବତା ବିପଦଜନକ ସ୍ତରକୁ ଖସିଯାଇଛି । ଲୋକଙ୍କ ନିଶ୍ବାସ ପ୍ରଶ୍ବାସରେ ସମସ୍ୟା ସୃଷ୍ଟି ହୋଇଛି । ଆଜି ଦିଲ୍ଲୀ ଏୟାର କ୍ବାଲିଟି ଇଣ୍ଡେକ୍ସ ସୂଚକାଙ୍କ ୪୦୦ ପାର୍ କରିଛି । ଏହା ଗମ୍ଭୀର ଶ୍ରେଣୀରେ ରହିଛି । ଦୀପାବଳିରେ ମାତ୍ରାଧିକ ପ୍ରଦୂଷଣଯୁକ୍ତ ଆତସବାଜି ଫୁଟାଇଲେ ଏହା ଅତି ଗମ୍ଭୀର ସ୍ତରକୁ ଚାଲିଯିବାର ସମ୍ଭାବନା ରହିଛି ।  

ଗତକାଲି ଅର୍ଥାତ୍ ବୁଧବାର ଦିନର ସହର ଅନେକ ସ୍ଥାନରେ ଏୟାର ଇଣ୍ଡିକ୍ସେ ସୂଚକାଙ୍କ ୨୦୦ରୁ ୩୦୦ ମଧ୍ୟରେ ରହିଥିଲା । ଆଜି ଦୀପାବଳିରେ ଏହା ଆହୁରି ନିମ୍ନ ସ୍ତରକୁ ଖସିଯିବାର ଆଶଙ୍କା ରହିଛି । ଦିଲ୍ଲୀ ଆନନ୍ଦ ବିହାରରେ ଗୁରୁବାର ସକାଳ ୬ଟା ସମୟରେ ଏକ୍ୟୁଆଇ ୪୧୮ ରେକର୍ଡ କରାଯାଇଛି । ମୁଣ୍ଡକାରେ ଏୟାର ଇଣ୍ଡେକ୍ସ ୩୭୧ରେ ପହଞ୍ଚିଛି । ସ୍କାଇମେଟ୍ ଓ୍ବେଦର ସର୍ଭିସେସର ମହେଶ ପଲାଭତ ସମାଚାର ଏଜେନ୍ସି ପିଟିଆଇକୁ ସୂଚନା ଦେଇ କହିଛନ୍ତି, ଦୀପାବଳିରେ ରାଜଧାନୀରେ ପ୍ରଦୂଷଣ ମାତ୍ର ଆହୁରି ବଢ଼ିଯିବାର ସମ୍ଭାବନା ରହିଛି, କାରଣ ପବନର ଦିଗ ଦକ୍ଷିଣ-ଦକ୍ଷିଣପୂର୍ବରୁ ଉତ୍ତର-ପଶ୍ଚିମ ଦିଗରେ ବହିବା ଆରମ୍ଭ କଲାଣି । ଯାହା ଫଳରେ ପାଞ୍ଜାବ ଏବଂ ହରିୟଣାର ଚାଷୀମାନେ କ୍ଷେତରେ ଯେଇଁ ନଡା ଜଳାଉଛନ୍ତି, ସେଥିରୁ ବାହାରୁଥିବା ଧୁଆଁ ଦିଲ୍ଲୀ- ଏନସିଆର ଭିତରକୁ ପ୍ରବେଶ କରିବାର ଯଥେଷ୍ଟ ସମ୍ଭାବନା ରହିଛି । ତେଣୁ ରାଜଧାନୀରେ ବାୟୁ ଗୁଣବତା ଆହୁରି ନିମ୍ନ ସ୍ତରକୁ ଚାଲିଯିବ ବୋଲି କୁହାଯାଉଛି ।..  

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.