ମାଣିଆବନ୍ଧ ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ ପାଇଁ ଦାବି, ଉପ ଜିଲ୍ଲାପାଳଙ୍କୁ ଦେଲେ ଦାବିପତ୍ର

Published By : Prameya-News7 Bureau | December 28, 2024 IST

ଆଠଗଡ଼ ୨୮।୧୨: କଟକ ଜିଲ୍ଲା ବଡମ୍ବା ବ୍ଲକ ଅନ୍ତର୍ଗତ ମାଣିଆବନ୍ଧ ସରପଞ୍ଚ ରଶ୍ମିତା ସ୍ୱାଇଁଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ ପାଇଁ ଦାବି । ସଂଖ୍ୟାଧିକ ୱାର୍ଡ ସଭ୍ୟାସଭ୍ୟ ଆଠଗଡ଼ ଉପ ଜିଲ୍ଲାପାଳଙ୍କୁ ଏନେଇ ଦାବିପତ୍ର ପ୍ରଦାନ କରିଛନ୍ତି । ବଡ଼ମ୍ବା ବ୍ଲକ୍‌ର ୧୬ଟି ଓ୍ବାର୍ଡ ବିଶିଷ୍ଟ ମାଣିଆବନ୍ଧ ପଞ୍ଚାୟତ, ନାଏବ ସରପଞ୍ଚଙ୍କ ସମେତ ୧୨ଜଣ ୱାର୍ଡସଭ୍ୟ ମାନେ ଅନାସ୍ଥା ପ୍ରସ୍ତାବ ଆଗତ ପାଇଁ ଆଠଗଡ ଉପ ଜିଲ୍ଲାପାଳ ପ୍ରହଲ୍ଲାଦ ନାରାୟଣ ଶର୍ମାଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି । 

ସରପଞ୍ଚ ରଶ୍ମିତା ସ୍ୱାଇଁ ପଞ୍ଚାୟତରେ ମନମୁଖୀ ବିଶୃଙ୍ଖଳା କାର୍ଯ୍ୟ କରିବା, ଜନସାଧାରଣଙ୍କୁ ହଇରାଣ ହରକତ କରିବା ସହ ବିଭିନ୍ନ ବିଶୃଙ୍ଖଳା କାର୍ଯ୍ୟରେ ଲିପ୍ତ ରହି ସଭ୍ୟାସଭ୍ୟଙ୍କୁ ହେୟ ମନେ କରି ଦୀର୍ଘଦିନ ଧରି ଉପେକ୍ଷା କରିବା, ସରକାରଙ୍କ ଆର୍ଥିକ ଅନୁଦାନ ସଠିକ୍ ଭାବେ ବିନିଯୋଗ ନକରିବା, ବିନା ନୋଟିସ୍ରେ ପଞ୍ଚାୟତ କାର୍ଯ୍ୟ କରିବା ନେଇ ୱାର୍ଡ ସଭ୍ୟାସଭ୍ୟ ମାନେ ଲିଖିତ ଭାବେ ଜଣାଇଛନ୍ତି । ସରପଞ୍ଚ ସମସ୍ତ ନିର୍ବାଚିତ ୱାର୍ଡ ସଭ୍ୟ ଏବଂ ପଞ୍ଚାୟତବାସୀଙ୍କ ଆସ୍ଥା ହରାଇଥିବାରୁ ତାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ ପାଇଁ ପଦକ୍ଷେପ ନେବାକୁ ୱାର୍ଡ ସଭ୍ୟମାନେ ଉପ ଜିଲ୍ଲାପାଳଙ୍କ ନିକଟରେ ଦାବି କରିଛନ୍ତି । ସେପଟେ ସେମାନଙ୍କ ଅଭିଯୋଗ ଓ ଦାବି ସଂପର୍କରେ ଅନୁଧ୍ୟାନ କରି ପଦକ୍ଷେପ ଗ୍ରହଣ କରାଯିବ ବୋଲି ଆଠଗଡ଼ ଉପ ଜିଲ୍ଲାପାଳ ସୂଚନା ଦେଇଛନ୍ତି ।



You Can Read:

ମୃଦୁ ଭୂକମ୍ପରେ ଥରିଲା ଗଜପତି ଜିଲ୍ଲାର ମୋହନା ଅଞ୍ଚଳ, ଘରୁ ବାହାରି ଆସିଲେ ଲୋକ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.