ନୂଆପଡା ୧୫।୮: ନୂଆପଡାରେ ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ ପରେ ଆୟୋଜିତ ରକ୍ତଦାନ ଶିବିରର ଶୁଭାରମ୍ଭ କଲେ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ । ଏହାପରେ ନୂଆପଡା ଜିଲ୍ଲା ଉପକାରାଗାରକୁ ପରିଦର୍ଶନ କରିବା ସହ ଅନ୍ତେବାସୀଙ୍କ ସହ ଆଲୋଚନା କରି ପଚାରି ବୁଝିଲେ ଉପ ମୁଖ୍ୟମନ୍ତ୍ରୀ । ଜେଲ୍ ପରିଦର୍ଶନ ବେଳେ ଭିତରେ ଥିବା ଅନ୍ତେବାସୀ ମାନେ ଭାରତ ମାତା କୀ ଜୟ ସ୍ଲୋଗାନ ଦେଇ ମନ୍ତ୍ରୀଙ୍କୁ ସ୍ୱାଗତ କରିଥିଲେ । ଅନ୍ତେବାସୀଙ୍କ ସହ ସିଧାସଳଖ କଥା ହେବା ସହ ସେମାନଙ୍କୁ ମିଷ୍ଟାନ୍ନ ବଣ୍ଟନ କରିଥିଲେ । ଜେଲ୍ ଭିତରେ ୧୦୬ଜଣ ଅନ୍ତେବାସୀ ଅଛନ୍ତି ଯେଉଁଥିରେ ଅଧିକାଂଶ ଯୁବକ ଶ୍ରେଣୀର ଅଛନ୍ତି । ଜେଲ୍ ଭିତରୁ ଭଲ ଶିକ୍ଷା ସହ ସୁଚିନ୍ତାଧାରା ନେଇ ବାହାରନ୍ତୁ, ଜିଲ୍ଲା ନିର୍ମାଣରେ, ରାଷ୍ଟ୍ର ସହ ଦେଶ ନିର୍ମାଣରେ ସାମିଲ ହୁଅନ୍ତୁ ବୋଲି ଅନୁରୋଧ କରିଛନ୍ତି ଉପ ମୁଖ୍ୟମନ୍ତ୍ରୀ । ଏହି ଅବସରରେ ତାଙ୍କ ସହ ନୂଆପଡା ଜିଲ୍ଲାପାଳ, ଏସପି ଓ ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ ।
You Can Read:
କୋଇଲା ବୋଝେଇ ଟ୍ରକ୍ ଅଟକ, ଚୋରା ଚାଲାଣ ସନ୍ଦେହ