ଧର୍ମାନ୍ତରିକରଣ ଅଭିଯୋଗ : ପୂର୍ବତନ ସାଂସଦଙ୍କ ଧାରଣା ପରେ ସହକାରୀ ଯନ୍ତ୍ରୀଙ୍କ ସହ ୩ ଗିରଫ

Published By : Prameya-News7 Bureau | August 17, 2024 IST

ନୂଆପଡା ୧୭।୮: ନୂଆପଡାରେ ଧର୍ମାନ୍ତରିକରଣ ଅଭିଯୋଗ ହୋଇଛି । ପୂର୍ବତନ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା ଜୋଙ୍କ ଥାନା ସାମ୍ନାରେ ଧାରଣାରେ ବସିବା ପରେ ସହକାରୀ ଯନ୍ତ୍ରୀଙ୍କ ସହ ୩ ଜଣ ଗିରଫ ହୋଇଛନ୍ତି । 

ସୂଚନାଯୋଗ୍ୟ ଯେ, ନୂଆପଡା ଖଡ଼ିଆଳ ଏମଆଇ ଡିଭିଜନର ସହକାରୀ ଯନ୍ତ୍ରୀ ଚନ୍ଦ୍ର ମୋହନ ମାଝୀ ଓ ଅନ୍ୟ ଦୁଇ ଜଣଙ୍କ ମଧ୍ୟରୁ ଜଣେ ପଡୋଶୀ ରାଜ୍ୟ ଛତିଶଗଡ ରାୟପୁର ସହରର ଟି ସ୍ୱାମୀନାଥ ଓ ସୁନ୍ଦରଗଡ଼ ଜିଲ୍ଲା ରାଉରକେଲା ସହରର ପିଟର କୁଜୁର । କିଛିଦିନ ହେଲା ଜିଲ୍ଲାର ବିଭିନ୍ନ ଅଞ୍ଚଳ ବୁଲି ଲୋକଙ୍କୁ ହିନ୍ଦୁ ବିରୋଧୀ ବାର୍ତ୍ତା ଦେବା ସହ ଧର୍ମ ପରିବର୍ତ୍ତନ ପାଇଁ ପ୍ରବର୍ତ୍ତାଉଥିଲେ । ଶୁକ୍ରବାର ଖରିଆର ରୋଡ଼ ସ୍ଥିତ ମୋଗରା ପାଳି ଠାରେ ରାଲି କରୁଥିବା ବେଳେ ସ୍ଥାନୀୟ ଲୋକେ ବିରୋଧ କରିବା ସହ ଜୋଙ୍କ ପୋଲିସକୁ ଖବର ଦେଇଥିଲେ । ଜୋଙ୍କ ପୋଲିସ ଘଟଣାସ୍ଥଳରେ ପହଞ୍ଚି କିଛି ଲୋକଙ୍କୁ ଥାନାକୁ ନେଇ ପଚରାଉଚରା କରି ଛାଡି ଦେଇଥିଲା । ଯାହାର ପ୍ରତିବାଦରେ ପୂର୍ବତନ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା ସେମାନଙ୍କ ଗିରଫ ଦାବିରେ ଜୋଙ୍କ ଥାନା ସାମ୍ନାରେ ଧାରଣାରେ ବସିଥିଲେ । ପରେ ଅଭିଯୋଗ ଅନୁସାରେ ତିନି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଜୋଙ୍କ ପୋଲିସ ।

You Can Read:

ମଧ୍ୟାହ୍ନ ଭୋଜନରେ ଖାଇଲେ ଅଣ୍ଡା, ପେଟରେ ଯନ୍ତ୍ରଣା ହେବାରୁ ମେଡିକାଲରେ ଭର୍ତ୍ତି

 

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.