ଝାରସୁଗୁଡା ୧୭।୮: ମଧ୍ୟାହ୍ନ ଭୋଜନ ଅଣ୍ଡା ଖାଇ ଛାତ୍ରଛାତ୍ରୀ ଅସୁସ୍ଥ । ଝାରସୁଗୁଡା ଜମେରା ୟୁପି ସ୍କୁଲର ପ୍ରାୟ ୬୦ ଛାତ୍ରଛାତ୍ରୀ ଅସୁସ୍ଥ ହୋଇଛନ୍ତି । ଅସୁସ୍ଥ ଛାତ୍ରଛାତ୍ରୀଙ୍କୁ ଝାରସୁଗୁଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।
ସୂଚନାଯୋଗ୍ୟ ଯେ, ଶନିବାର ସକାଳୁଆ ସ୍କୁଲ ଯୋଗୁଁ ପିଲାମାନେ ସକାଳୁ ପାଠ ପଢିବାକୁ ଝାରସୁଗୁଡା ଜମେରା ୟୁପି ସ୍କୁଲକୁ ଯାଇଥିଲେ । ସ୍କୁଲରେ ସେମାନଙ୍କୁ ମଧ୍ୟାହ୍ନ ଭୋଜନରେ ଅଣ୍ଡା ଭାତ ଦିଆଯାଇଥିଲା । ସ୍କୁଲର କିଛି ଛାତ୍ରଛାତ୍ରୀ ଅଣ୍ଡା ଖାଇବା ପରେ ପେଟରେ ଯନ୍ତ୍ରଣା ଅନୁଭବ କରିଥିଲେ । ସ୍କୁଲ ଶିକ୍ଷକ ମାନେ ଅଭିଭାବକ ମାନଙ୍କୁ ଖବର ଦେଇ ପିଲାଙ୍କୁ ଝାରସୁଗୁଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ । ପ୍ରାୟ ୬୦ ଛାତ୍ରଛାତ୍ରୀ ଅସୁସ୍ଥ ହୋଇଥିବା ଜଣାପଡିଛି । ବର୍ତ୍ତମାନ ମେଡିକାଲରେ ସେମାନଙ୍କ ଚିକିତ୍ସା ଜାରି ରହିଥିବା ବେଳେ ଛାତ୍ରଛାତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଆସିଛି ।
You Can Read:
ଶଙ୍ଖ ଭବନରେ ବିଜେଡିର ପ୍ରଶିକ୍ଷଣ ଶିବିର, ନୂଆ ସଦସ୍ୟଙ୍କୁ ବିଧାନସଭା କାର୍ଯ୍ୟଶୈଳୀ ବାବଦରେ ପ୍ରଶିକ୍ଷଣ ଦେବେ ବରିଷ୍ଠ