ଭୁବନେଶ୍ବର ୧୭।୮: ଅଗଷ୍ଟ ୨୫ ତାରିଖରେ ବିଜେଡିର ପ୍ରଶିକ୍ଷଣ ଶିବିର । ରବିବାର ସକାଳ ୧୦ଟାରେ ବିଜେଡି ବିଧାୟକ ମାନଙ୍କ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହେବ । ଶଙ୍ଖ ଭବନରେ ନୂଆ ବିଧାୟକମାନଙ୍କୁ ଟ୍ରେନିଂ ଦିଆଯିବ । ବରିଷ୍ଠ ବିଧାୟକମାନେ ନୂଆ ସଦସ୍ୟ ମାନଙ୍କୁ ବିଧାନସଭାର କାର୍ଯ୍ୟଶୈଳୀ ବାବଦରେ ପ୍ରଶିକ୍ଷଣ ଦିଆଯିବ । ଏ ନେଇ ବିରୋଧୀ ଦଳ ଉପ ମୁଖ୍ୟ ସଚେତକ ପ୍ରତାପ ଦେବ ସୂଚନା ପ୍ରଦାନ କରିଛନ୍ତି ।
ତେବେ ସେ କହିଛନ୍ତି, ଆଜିକାର କାର୍ଯ୍ୟକ୍ରମକୁ ଆମେ ବର୍ଜନ କରିଛୁ । ଏହା ଆମ ଦଳର ନିଷ୍ପତ୍ତି । ଆମେ କେବେ କୌଣସି ବ୍ୟକ୍ତି ବିଶେଷଙ୍କୁ ବିରୋଧ କରିନାହୁଁ । ଆମେ ପଦ ମର୍ଯ୍ୟାଦାର କଥା କହୁଛୁ । ମୁଖ୍ୟମନ୍ତ୍ରୀ କିମ୍ବା ବାଚସ୍ପତି ଉଦଘାଟକ ବା ମୁଖ୍ୟ ଅତିଥି ହେବା କଥା କହୁଛୁ । ପରମ୍ପରା ନୀତି ନିୟମ ବଦଳିବା କଥା ନୁହେଁ । ଆମେ କହିବା ପରେ ଏହି କାର୍ଯ୍ୟକ୍ରମ ଅତିଥି ତାଲିକା ପରିବର୍ତ୍ତନ ହୋଇଛି । ହେଲେ ଏବେ ବି କେନ୍ଦ୍ରମନ୍ତ୍ରୀ ମୁଖ୍ୟ ଅତିଥି ହୋଇଛନ୍ତି । ଏହା ମୁଖ୍ୟମନ୍ତ୍ରୀ ପଦ ପ୍ରତି ଅବମାନନା । ଆଗାମୀ ପିଢି ପାଇଁ ନୀତି ନିୟମ ପରମ୍ପରା ବଦଳିବା ଉଚିତ ନୁହେଁ ବୋଲି ପ୍ରତାପ ଦେବ କହିଛନ୍ତି ।
ସେହିଭଳି ବିଜେଡି ବିଧାୟକ ସାରଦା ପ୍ରସନ୍ନ ଜେନା କହିଛନ୍ତି, ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ବୟକଟ୍ କରିଛି ବିଜେଡି । ଏହାକୁ ରାଜ୍ୟର ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ କିମ୍ବା ଲୋକସଭା କି ରାଜ୍ୟସଭା ସାଂସଦ କରିଥିଲେ କିଛି ଅସୁବିଧା ନଥିଲା । କିନ୍ତୁ ଏହା ଅଗଣତାନ୍ତ୍ରିକ ପଦ୍ଧତିରେ କରାଯାଉଛି । ବିଧାନସଭାର ଗାରିମାକୁ ଏହା ନଷ୍ଟ କରୁଛି । ତେଣୁ ଆମେ ଏହାକୁ ବୟକଟ୍ କରିଛୁ ।
You Can Read:
କେନ୍ଦ୍ରାପଡା ACSO ପ୍ରଦୀପ ମହାପାତ୍ର ଗିରଫ, ୨ କୋଟି ୮୬ ଲକ୍ଷ ଟଙ୍କାର ଜମା ଠାବ