ଶେଷ ଯୋଗ୍ୟ ହିତାଧିକାରୀ ପର୍ଯ୍ୟନ୍ତ ଟଙ୍କା ମିଳିବ, ତ୍ରୁଟି ଥିଲେ ଯିବ ଫୋନ୍ କଲ୍ : ପ୍ରଭାତୀ ପରିଡ଼ା

Published By : Prameya-News7 Bureau | October 12, 2024 IST

ଭୁବନେଶ୍ବର ୧୨।୧୦: ‘ସୁଭଦ୍ରା’ ଯୋଜନା ଆବେଦନରେ ତ୍ରୁଟି ଥିଲେ ଯିବ ଫୋନ୍ କଲ୍ । ତୃତୀୟ ପର୍ଯ୍ୟାୟ ତ୍ରୁଟି ହେଲେ ଫୋନ୍ କରି ସଠିକ୍ କରିବାକୁ ପରାମର୍ଶ ଦିଆଯିବ । ଘରକୁ ଘର ଅଙ୍ଗନଓ୍ବାଡି କର୍ମୀ ମାନେ ଯାଇ ତ୍ରୁଟି ସମାଧାନ କରିବେ । ବ୍ଲକ ସ୍ତରରେ ମଧ୍ୟ ଯାଞ୍ଚ ହେବ । ଅର୍ଥର ଅଭାବ ନାହିଁ, ଶେଷ ଯୋଗ୍ୟ ହିତାଧିକାରୀ ପର୍ଯ୍ୟନ୍ତ ଟଙ୍କା ମିଳିବ । 

ସୁଭଦ୍ରା ଯେତେ ପର୍ଯ୍ୟନ୍ତ ଶେଷ ହିତାଧିକାରୀଙ୍କ ନିକଟରେ ପହଞ୍ଚିନି ତାକୁ ଦିଆଯିବ । ସମସ୍ତଙ୍କ ନିକଟରେ ସୁଭଦ୍ରା ପହଞ୍ଚିବ । ଆସ୍ତେ ଆସ୍ତେ ଆଉ ଏକ ପର୍ଯ୍ୟାୟ ଆରମ୍ଭ ହେବ । ତୃତୀୟ ପର୍ଯ୍ୟାୟ ଟଙ୍କା ତାରିଖ ଠିକଣା ସମୟରେ ଘୋଷଣା ହେବ । ଏପର୍ଯ୍ୟନ୍ତ କୋଟିଏ ୬୦ ହଜାର ପଞ୍ଜିକରଣ ସରିଛି । କୋଟିଏରୁ ଯେତେ ଅଧିକ ଆସିବେ ଦେବା ପାଇଁ ଅର୍ଥର ଅଭାବ ନାହିଁ, ଶେଷ ହିତାଧିକାରୀଙ୍କ ପର୍ଯ୍ୟନ୍ତ ବାଛିବା ଚାଲିବ, ଦେବା ବି ଚାଲିବ । ତୃତୀୟ ପର୍ଯ୍ୟାୟ ଟଙ୍କା ବେଳେ ତ୍ରୁଟି ଥିଲେ ଯିବ ଫୋନ୍ । ବ୍ଲକ ସ୍ତରରେ ଯାଞ୍ଚ ହେବ, ଅଙ୍ଗନଓ୍ବାଡି କର୍ମୀ ଘର ଘରକୁ ଯିବେ ।  ଆମେ ସୁଭଦ୍ରା କିସ୍ତି ଦେବୁ କହିଛୁ ସମସ୍ତଙ୍କୁ ଶେଷ ପର୍ଯ୍ୟନ୍ତ ଦିଆଯିବ ସୁଭଦ୍ରା ଦିଆଯିବ ।

You Can Read:

ଶ୍ରୀମନ୍ଦିରରେ ପଡ଼ିଲା ରକ୍ତଛିଟା, ମହାପ୍ରଭୁଙ୍କର ହେଲା ମହାସ୍ନାନ

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.