ଅଲିମ୍ପିକ୍ସରେ ରେକର୍ଡ କରିବେ ବୋମ୍ମାଦେବରା, ଭାରତ ପାଇଁ ଗୌରବ ଆଣିବେ ଧୀରଜ

Published By : Prameya-News7 Bureau | July 25, 2024 IST

ଆନ୍ଧ୍ରପ୍ରଦେଶ ୨୫/୦୭: ଅଲିମ୍ପିକ୍ସ କାଉଣ୍ଟଡାଉନ୍  ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି । କଡା ସୁରକ୍ଷା ବଳୟରେ କ୍ରୀଡା ଗ୍ରାମ ।ପ୍ୟାରିସରେ ପୋଲିସ ଛାଉଣୀ । ସହରରେ ଲକ୍‌ଡାଉନ ପରିସ୍ଥିତି । ଧୀରେ ଧୀରେ ପହଞ୍ଚୁଛନ୍ତି ଖେଳାଳି । ଏଥର ବି ଭାରତୀୟଙ୍କ ଉପରେ ରହିଛି ନଜର । ଖାସ୍ କରି ତୀରନ୍ଦାଜୀଙ୍କ ଉପରେ ଅଧିକ ଭରସା । ଏମାନଙ୍କ ହାତରୁ ମେଡାଲ ମିଳିବା ସମ୍ଭାବନା ଅଧିକ । ଭାରତ ପାଇଁ ଗୌରବ ଆଣିପାରନ୍ତି ଆନ୍ଧ୍ରପ୍ରଦେଶ ବିଜୟଓ୍ୱାଡାର ଧୀରଜ ବୋମ୍ମାଦେବରା । ସ୍ୱତନ୍ତ୍ର ଇରାଦା ନେଇ ପ୍ୟାରିସ୍‌ ଅଲିମ୍ପିକ୍ସରେ ନଜର ଆସିବେ ଧୀରଜ । ସୁନା ପଦକ ହାସଲ ଲକ୍ଷ୍ୟରେ ପ୍ରତିଯୋଗିତା କରିବେ ସେ । 


ଭାରତୀୟ ସେନାରେ କାର୍ଯ୍ୟରତ ଧୀରଜ । ପେସା ସିନା ଦେଶ ସେବା । ଲକ୍ଷ୍ୟ କିନ୍ତୁ ଅଲଗା । କାରଣ ଜନ୍ମଦାତ୍ରୀଙ୍କ ଋଣ ସୁଝିବାକୁ ସେ ପ୍ରତିଜ୍ଞାବଦ୍ଧ । ୪ ବର୍ଷରେ ଧୀରଜ ଆରମ୍ଭ କରିଥିଲେ ତୀରନ୍ଦାଜୀ ଶିଖିବା । ଚେରକୁରୀ ଲେନିନ ଏକାଡେମୀରେ ଆଡମିସନ କରିଥିଲେ ବାପା ମାଆ । ଧୀରେ ଧୀରେ ସେଠାରେ ଲାଗିଯାଇଥିଲା ଧୀରଜଙ୍କ ମନ । ସବୁକିଛି ଚାଲିଥିଲା ଠିକ୍‌ଠାକ୍ । କିନ୍ତୁ ଦୁର୍ଘଟଣା ବଦଳାଇଦେଇଥିଲା ତାଙ୍କ ଜୀବନ । କାରଣ ସବୁଦିନ ପାଇଁ ତାଙ୍କ ହାତ ଛାଡିଥିଲେ ଅଲିଅଳି ଭଉଣୀ । ଛିଡିପଡିଥିଲା ଦୁଃଖର ପାହାଡ ।  

ସେତିକି ନୁହେଁବାପାଙ୍କ ବ୍ୟବସାୟ ବି ବୁଡିଥିଲା । ଘରେ ଦେଖାଦେଇଥିଲା ଆର୍ଥିକ ସଂକଟ । ସ୍ଥିତି ଏମିତି ହୋଇଥିଲା କି୨୦୧୭ରେ ବିଶ୍ୱ ଚାମ୍ପିଅନସିପ୍‌ ଟ୍ରାଏଲ ପାଇଁ ପାଖରେ ତୀର କମାଣ ବି ନଥିଲା ।   ହେଲେ ସବୁ ଭୁଲି ଆଗକୁ ବଢିଥିଲେ ମାଆ । ଅଭାବ ଅସୁବିଧାକୁ ଭୁଲି ପୁଅକୁ ମଣିଷ କରିବାକୁ କରିଥିଲେ ପଣ । ନିଜର ଗହଣା ବିକି ପୁଅକୁ ସଫଳ ତୀରନ୍ଦାଞ୍ଜୀ କରାଇବାକୁ ଆସିଥିଲେ ଆଗେଇ । ଅଲିମ୍ପିକ ଗୋଲ୍ଡ ଫେଷ୍ଟ ସାହାଯ୍ୟରେ ଆର୍ମି ସ୍ପୋର୍ଟ୍ସ ଇନଷ୍ଟିଚ୍ୟୁଟ୍‌ରେ ଧୀରଜ କୋରିଆନ କୋଚ୍ ଅଧିନରେ ନେଇଥିଲେ କୋଚିଂ । ଏବେ ସେ ପ୍ରଥମ ଅଲିମ୍ପିକ୍ ଖେଳିବାକୁ ତୟାର । 

ଟୋକିଓ ୨୦୨୦ରେ କ୍ୱାଲିଫାଏରୁ କଟିଥିଲେ ଧୀରଜ । ଏବେ ଅଧା ସ୍ୱପ୍ନ ପୂରଣ କରିବା ଲକ୍ଷ୍ୟରେ ଧୀରଜ । ପ୍ୟାରିସ୍‌ ଅଲିମ୍ପିକ୍‌ରେ ତୀରନ୍ଦାଞ୍ଜୀରେ ଗୋଲ୍ଡ ଜିତିବାକୁ ଲକ୍ଷ୍ୟ ତାଙ୍କର । ଏମିତି କରି ଜନ୍ମଦାତ୍ରୀଙ୍କ ପାଉଣା କିଛି ମାତ୍ରାରେ ଲାଘବ କରିବେ ବୋଲି ଆଶା । 


  • Paris Olympics 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.