ଗାଁରେ ବ୍ୟାପିଲା ଝାଡ଼ାବାନ୍ତି, ଶହେରୁ ଉର୍ଦ୍ଧ୍ବ ଆକ୍ରାନ୍ତ ମେଡ଼ିକାଲରେ ଭର୍ତ୍ତି

Published By : Prameya-News7 Bureau | October 12, 2024 IST

କୋଣାର୍କ ୧୨।୧୦: ପୁରୀ ଜିଲ୍ଲା ଗୋପ ବ୍ଲକ ଶୋରୋଭା ପଞ୍ଚାୟତ ଓଟାଙ୍ଗ ଗ୍ରାମରେ ଝାଡ଼ାବାନ୍ତି ଆତଙ୍କ । ୧୦୦ରୁ ଉର୍ଦ୍ଧ୍ବ ଗ୍ରାମବାସୀ ଆକ୍ରାନ୍ତ ହୋଇଥିବା ବେଳେ ସମସ୍ତେ ଭୟଭୀତ । ସମସ୍ତ ଆକ୍ରାନ୍ତ ଗୋପ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା ବେଳେ ଅନେକଙ୍କ ଅବସ୍ଥା ଗୁରୁତର ହେବାରୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି । ତେବେ ଡାଇରିଆ ଖବର ପାଇ ଗୋପ ମେଡିକାଲ ପକ୍ଷରୁ ଏକ ସ୍ବତନ୍ତ୍ର ଟିମ୍ ଗ୍ରାମରେ ପହଞ୍ଚି ଅଧିକ ଅନୁଧ୍ୟାନ କରିବା ସହିତ ସାମାନ୍ୟ ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରଖିଛି ।

ଗ୍ରାମରେ ମହାଷ୍ଟମୀ ପୂଜା ରହିଥିବା ବେଳେ ଗ୍ରାମର ଏକ ସ୍ବତନ୍ତ୍ର ରୋଷେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସେଠାରେ ଖାଦ୍ୟ ଖାଇ ଏହିଭଳି ସ୍ଥିତି ଉପୁଜିଥିବା ଜଣାପଡ଼ିଛି ।

You Can Read:

ସାଲେପୁରରେ ବ୍ରହ୍ମାକୁମାରୀ ଭାଇ-ଭଉଣୀ ପାଳିଲେ ନିଆରା ଦଶହରା, ଦେବା-ଦେବୀ ଓ ମହିଷାସୁର ବେଶରେ କଲେ ଦୃଷ୍ଟି ଆକର୍ଷଣ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.