ସାଲେପୁରରେ ବ୍ରହ୍ମାକୁମାରୀ ଭାଇ-ଭଉଣୀ ପାଳିଲେ ନିଆରା ଦଶହରା, ଦେବା-ଦେବୀ ଓ ମହିଷାସୁର ବେଶରେ କଲେ ଦୃଷ୍ଟି ଆକର୍ଷଣ

Published By : Prameya-News7 Bureau | October 12, 2024 IST

ସାଲେପୁର ୧୨।୧୦: କଟକ ଜିଲ୍ଲା ସାଲେପୁରରେ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଦ୍ୟାଳୟ ପକ୍ଷରୁ ପବିତ୍ର ଦଶହରାକୁ ନିଆରା ଢଙ୍ଗରେ ପାଳନ କରାଯାଉଛି । ସାଲେପୁର ତହସିଲ ଅଫିସ ନିକଟରେ ଏକ ସ୍ବତନ୍ତ୍ର ମଞ୍ଚରେ ବ୍ରହ୍ମାକୁମାରୀ ଭାଇ-ଭଉଣୀ ମାନେ ବିଭିନ୍ନ ଦେବା-ଦେବୀ ଓ ମହିଷାସୁର ବେଶ ହୋଇ ଲୋକଙ୍କ ଦୃଷ୍ଟି ଆକର୍ଷଣ କରୁଛନ୍ତି । ବେଶ ଏଭଳି ନିଖୁଣ ଓ ଦେବା-ଦେବୀ ହୋଇଥିବା ବ୍ରହ୍ମାକୁମାରୀ ମାନେ ଏତେ ନିଶ୍ଚଳ ଭାବେ ବସି ରହୁଛନ୍ତି ଯେ, ଦେବା-ଦେବୀ ମାନେ ମୃଣ୍ମୟୀ ମୂର୍ତ୍ତି ନା ରକ୍ତମାଂସଧାରୀ ମଣିଷ ତାହା ଜାଣିବା ପାଇଁ ଲୋକଙ୍କୁ ଘଡ଼ିଏ ସମୟ ଲାଗିଯାଉଛି । ବ୍ରହ୍ମାକୁମାରୀ ଭାଇ-ଭଉଣୀ ମାନଙ୍କ କହିବା ଅନୁସାରେ ରାଜଯୋଗ ଶିକ୍ଷା ଦ୍ବାରା ସେମାନେ ଏଭଳି ସ୍ଥିର ଓ ନିଶ୍ଚଳ ହୋଇ ବସି ପାରୁଛନ୍ତି ବା ଛିଡା ହୋଇ ପାରୁଛନ୍ତି । ରାଜଯୋଗ ମାଧ୍ୟମରେ ସଂଜମତା ଓ ସ୍ଥିରତା ବଢୁଥିବାରୁ ଏଭଳି ପ୍ରଦର୍ଶନ ତାଙ୍କ ପାଇଁ ସହଜ ହେଉଛି ବୋଲି ବ୍ରହ୍ମାକୁମାରୀ ଇଶ୍ଵରୀୟ ବିଦ୍ୟାଳୟ ପକ୍ଷରୁ କୁହାଯାଇଛି । ଏହି ଦେଖିବା ପାଇଁ ସାଲେପୁର ବଜାରରେ ଲୋକଙ୍କର ବେଶ୍ ଭିଡ ଜମୁଛି ।

You Can Read:

ଶେଷ ଯୋଗ୍ୟ ହିତାଧିକାରୀ ପର୍ଯ୍ୟନ୍ତ ଟଙ୍କା ମିଳିବ, ତ୍ରୁଟି ଥିଲେ ଯିବ ଫୋନ୍ କଲ୍ : ପ୍ରଭାତୀ ପରିଡ଼ା 

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.