ଯାତ୍ରା କଳାକାର ଝାଡ଼ାବାନ୍ତିରେ ଆକ୍ରାନ୍ତ, ଡାକ୍ତରଖାନାରେ ଭର୍ତ୍ତି

Published By : Prameya-News7 Bureau | June 17, 2024 IST

ନୀଳଗିରି ୧୭/୬: ଝାଡାବାନ୍ତିରେ ୧୧ ଯାତ୍ରା କଳାକାର ଆକ୍ରାନ୍ତ । ବାଲେଶ୍ବର ଜିଲ୍ଲା ନୀଳଗିରି ଥାନା ଧୋବଶିଳାରେ ରଜ ଉତ୍ସବରେ ଅଘଟଣ । ଯାତ୍ରା ଚାଲୁଥିବାବେଳେ ପାର୍ଟି ସଦସ୍ୟ ଜଣକ ପରେ ଜଣେ ଅସୁସ୍ଥ ହୋଇପଡିଥିଲେ । ସମସ୍ତଙ୍କୁ ନୀଳଗିରି ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି । କେଉଁ କାରଣରୁ ଏତେ ସଂଖ୍ୟକ ଲୋକଙ୍କୁ ଝାଡାବାନ୍ତି ହେଲା କାରଣ ଜଣାପଡିନି ।  ଫୁଡ ପଏଜନ କିମ୍ବା ବିଷାକ୍ତ ପାଣି ପାଇଁ ଯାତ୍ରା ପାର୍ଟି ସଦସ୍ୟ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଥିବା କୁହାଯାଉଛି । ଯାତ୍ରା ପାର୍ଟି ଜଳେଶ୍ୱର ଶାଳୀକୋଠା ନିମ୍ବପୁର ଅଞ୍ଚଳର ବୋଲି ଜଣାପଡିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.