ଭାରତୀୟ GDP ୪ ଟ୍ରିଲିୟନରେ ପହଞ୍ଚିବା କେତେ ସତ, ମାହୋଲ ବନାଇବାକୁ ନକଲି ଖବର ଦିଆଯାଇଥିବା କହିଲା କଂଗ୍ରେସ

Published By : Prameya-News7 Bureau | November 20, 2023 IST

ନୂଆଦିଲ୍ଲୀ: ଭାରତର ଜିଡିପି ୪ ଟ୍ରିଲିୟନ ଡଲାର ଅତିକ୍ରମ କରିବା ମିଛ ଓ ଜାଲି ବୋଲି ଅଭିଯୋଗ କରିଛି କଂଗ୍ରେସ। କେନ୍ଦ୍ର ସରକାର ଏବଂ ଏହାର ମନ୍ତ୍ରୀଙ୍କ ଭାରତର ଜିଡିପି ୪ ଟ୍ରିଲିୟନ ଦାବି କରିଥିବା ଫେକ୍‌ ବୋଲି କହିଛି। ମିଥ୍ୟା ଖବରର ଉଦ୍ଦେଶ୍ୟ କେବଳ ଉତ୍ସାହ ସୃଷ୍ଟି କରିବା ଏବଂ ହେଡଲାଇନ୍ସ ପରିଚାଳନା କରିବାକୁ ଚେଷ୍ଟା କରିବା ବୋଲି କଂଗ୍ରେସ ଅଭିଯୋଗ କରିଛି।

'ଏକ୍ସ'ରେ କଂଗ୍ରେସ ସାଧାରଣ ସମ୍ପାଦକ ଜୟରାମ ରମେଶ କହିଛନ୍ତି ଯେ ଗତ ରବିବାର  ଅପରାହ୍ନ ୨.୪୫ ରୁ ୬.୪୫ ମଧ୍ୟରେ ସମଗ୍ର ଦେଶ କ୍ରିକେଟର ଅନ୍ତିମ ମ୍ୟାଚ୍ ଉପଭୋଗ କରିବାରେ ବ୍ୟସ୍ତ ଥିଲା।

ସେତେବେଳେ ରାଜସ୍ଥାନ ଏବଂ ତେଲେଙ୍ଗାନାର ବରିଷ୍ଠ କେନ୍ଦ୍ର ମନ୍ତ୍ରୀ, ମହାରାଷ୍ଟ୍ରର ଡେପୁଟି ସିଏମ୍ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରିୟ ବ୍ୟବସାୟୀଙ୍କ ସମେତ ମୋଦୀ ସରକାରଙ୍କ ବହୁ ବଡ ନେତା ଟ୍ୱିଟ୍ କରି କହିଛନ୍ତି ଯେ ଭାରତର ଜିଡିପି ଆକଳନ ପ୍ରଥମ ଥର ପାଇଁ ୪ ଟ୍ରିଲିୟନ ଡଲାର ଅତିକ୍ରମ କରିଛି। କଂଗ୍ରେସ ନେତା ଜୟରାମ କହିଛନ୍ତି ଯେ ଏହି ଖବର ସମ୍ପୂର୍ଣ୍ଣ ମିଛ ଏବଂ ଏହା କେବଳ ଚାଟୁକାରିତା ଦେଖାଇବାକୁ ଏକ ପ୍ରୟାସ।

wp:html /wp:html

ରବିବାର କେନ୍ଦ୍ର ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱଟ ଏବଂ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ଏ ବାବଦରେ ପୋଷ୍ଟ କରିଛନ୍ତି। ଏହାର ଗୋଟିଏ ଦିନ ପରେ କଂଗ୍ରେସ ନେତା ଜୟରାମ ରମେଶ ଏହି ସବୁ ଟିପ୍ପଣୀ ଉପରେ ଟ୍ୱିଷ୍ଟ ଆଣିଛନ୍ତି।

ମହାରାଷ୍ଟ୍ର ଡେପୁଟି ସିଏମ୍ ଫଡନାଭିସ୍ ଦାବି କରିଛନ୍ତି ଯେ ଭାରତର ଅର୍ଥନୀତି 4 ଟ୍ରିଲିୟନ ଡଲାର ଅତିକ୍ରମ କରିଛି, ଯାହା ମୋଦୀ ସରକାରଙ୍କ ଗତିଶୀଳତା ଏବଂ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱକୁ ଦର୍ଶାଉଛି। ନୂତନ ଭାରତ ବହୁତ ସୁନ୍ଦର ଭାବରେ ଅଗ୍ରଗତି କରୁଛି।

କେନ୍ଦ୍ର ମନ୍ତ୍ରୀ ଶେଖାୱଟ ଏକ୍ସରେ କହିଛନ୍ତି ଯେ ଆମର ଜିଡିପି ୪ ଟ୍ରିଲିୟନ ଡଲାର ଅତିକ୍ରମ କରିଥିବାରୁ ଏହା ଭାରତ ପାଇଁ ଗର୍ବର ମୁହୂର୍ତ୍ତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ନୂଆ ଭାରତର ଉତ୍ଥାନ ବାସ୍ତବରେ ଅତୁଳନୀୟ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.