ବୈଷ୍ଣୋଦେବୀ ଦର୍ଶନରେ ବର୍ଷା ସାଜିଲା ବାଧକ, ଗୁମ୍ଫା ପର୍ଯ୍ୟନ୍ତ ପହଞ୍ଚୁଥିବା ରାସ୍ତା ସିଲ୍

Published By : Prameya-News7 Bureau | July 20, 2023 IST

କଟରା ୨୦।୭: ଯଦି ଆପଣ ବୈଷ୍ଣୋଦେବୀ ଦର୍ଶନର ଯୋଜନାରେ ଥାନ୍ତି ତେବେ ଏହା ଆପଣଙ୍କ ଲାଗି ବଡ଼ ଖବର। କଟରାରେ ଭୀଷଣ ବର୍ଷା ଯୋଗୁ ବୈଷ୍ଣୋଦେବୀ ଦର୍ଶନରେ ସମସ୍ୟା ଉପୁଜିଛି। ସ୍ରାଇନବୋର୍ଡ ପକ୍ଷରୁ ଗୁମ୍ଫା ପର୍ଯ୍ୟନ୍ତ ପହଞ୍ଚୁଥିବା ନୂଆ ରାସ୍ତାକୁ ବନ୍ଦ କରିଦିଆଯାଇଛି। ସେହିପରି ଭକ୍ତମାନଙ୍କୁ ସେଠାରେ ମିଳୁଥିବା ଅନେକ ସୁବିଧା ରୋକି ଦିଆଯାଇଛି। କୁହାଯାଉଛି କଟରାରେ ବର୍ଷା ୪୩ ବର୍ଷର ରେକର୍ଡ ଭାଙ୍ଗିଛି। ସ୍ରାଇନବୋର୍ଡ ପକ୍ଷରୁ ଭୂ-ସ୍ଖଳନ ବିପଦକୁ ଆକଳନ କରି ଗୁମ୍ଫା ମନ୍ଦିର ଦର୍ଶନ ସମେତ ହେଲିକପ୍ଟର ସର୍ଭିସ୍ ଉପରେ ମଧ୍ୟ ରୋକ ଲଗାଯାଇଛି।

ସେପ୍ଟେମ୍ବରରେ ଭାରତୀୟ ବାୟୁସେନାକୁ ମିଳିବ ପ୍ରଥମ ସି୨୯୫ ବିମାନ, ଭାରତରେ ମଧ୍ୟ ହେବ ନିର୍ମାଣ

ବର୍ଷା ଲାଗି ରହିଥିବାରୁ ଭକ୍ତମାନଙ୍କୁ ବୈଷ୍ଣୋଦେବୀ ଦର୍ଶନ ପୁରୁଣା ରାସ୍ତାରେ କରିବାକୁ ପଡୁଛି। ନୂଆ ରାସ୍ତାକୁ ବର୍ତ୍ତମାନ ନିମନ୍ତେ ବନ୍ଦ କରିଦିଆଯାଇଛି। ଶ୍ରୀମାତା ବୈଷ୍ଣୋଦେବୀ ସ୍ରାଇନବୋର୍ଡ ପକ୍ଷରୁ ସିଇଓ ଅଂଶୁଲ ଗର୍ଗ ଭୂ-ସ୍ଖଳନ ବିପଦକୁ ନଜରରେ ରଖି ନୂଆ ଟ୍ରାକ୍‌ରେ ଯାତାୟାତ ରୋକି ଦିଆଯାଇଥିବା କହିଛନ୍ତି। ବୈଷ୍ଣୋଦେବୀ ଯାତ୍ରାର ବେସ୍ କ୍ୟାମ୍ପ କଟରାରେ ଗତ ୨୪ ଘଣ୍ଟାରେ ୩୧୫.୪ ମିଲିମିଟର ବର୍ଷା ରେକର୍ଡ ହୋଇଛି। ପାଣିପାଗ ବିଭାଗ ପକ୍ଷରୁ ଜାରି ବୟାନ ଅନୁସାରେ ୧୯୮୦ ମସିହା ପରେ ଏଠାରେ ଏବେ ସବୁଠୁ ଅଧିକ ବର୍ଷା ରେକର୍ଡ ହୋଇଛି।

{"id":819911,"sizeSlug":"full","linkDestination":"none"}

ପାଗ ଖରାପ ଯୋଗୁ କଟରାରୁ ସାଞ୍ଝିଛତ ଯାଉଥିବା ହେଲିକପ୍ଟର ସେବାକୁ ମଧ୍ୟ ନିଲମ୍ବିତ କରିଦିଆଯାଇଛି। ଫଳରେ ତ୍ରିକୁଟା ପାହାଡ ଉପରେ ଅବସ୍ଥିତ ମାତାଙ୍କ ମନ୍ଦିରକୁ ବର୍ତ୍ତମାନ ପୁରୁଣା ରାସ୍ତାରେ ଯାଇ ଆସି ହେଉଛି। ଜମ୍ମୁ-କାଶ୍ମୀର ଆବାସିକ ଜିଲ୍ଲାର କଟରାରେ ଗତ ୪୩ ବର୍ଷରେ ଏଥର ସବୁଠୁ ଅଧିକ ବର୍ଷା ହୋଇଛି। ଗତଦିନରେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଭିଡିଓରେ ମଧ୍ୟ ଭୀଷଣ ବର୍ଷା ହେଉଥିବାର ଦେଖାଯାଇଥିଲା। ଏଣୁ ମାତା ବୈଷ୍ଣୋଦେବୀଙ୍କ ଦର୍ଶନରେ ଭକ୍ତଙ୍କୁ ବେଶ୍ ଅସୁବିଧା ଭୋଗିବାକୁ ପଡୁଛି।

ଖସୁଛି ଟମାଟୋ ଦର! ଜାଣନ୍ତୁ ସରକାରୀ ଦୋକାନରେ ଏବେ କେଜି ପିଛା ମୂଲ୍ୟ କେତେ?

ଅନ୍ୟପଟଚେ ମାତା ବୈଷ୍ଣୋଦେବୀ ଦର୍ଶନପାଇଁ ଭକ୍ତଙ୍କ ସୁବିଧା ନିମନ୍ତେ ସ୍କାଇୱାକ୍ ପ୍ରକଳ୍ପ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି। ଏହି ପ୍ରକଳ୍ପକାର୍ଯ୍ୟ ସେପ୍ଟେମ୍ବର ମାସରେ ଶେଷ ହେବ ବୋଲି ଅନୁମାନ କରାଯାଉଛି। ସ୍ରାଇନବୋର୍ଡ ପକ୍ଷରୁ ଏହି ସ୍କାଇୱାକ୍‌କୁ ୧୫ କୋଟି ଟଙ୍କା ବ୍ୟୟରେ ନିର୍ମାଣ କରାଯାଉଛି। ଉଲ୍ଲେଖଯୋଗ୍ୟ ଯେ ୨୦୨୨ ନବବର୍ଷ ଉପଲକ୍ଷେ ଯାତ୍ରୀଙ୍କ ଭିଡ ଜମିଥିବା ବେଳେ ଦଳାଚକଟା ହେବାରୁ ୧୨ ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଥିଲା। ଭବିଷ୍ୟତରେ ଏପରି ଘଟଣାର ପୁନରାବୃତ୍ତି ନ ହେଉ ସେଥି ଲାଗି ସ୍କାଇୱାକ୍‌ ପ୍ରକଳ୍ପ ହାତକୁ ନିଆଯାଇଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.