ଭୁବନେଶ୍ବର ୨୬।୧୨: ପ୍ରଥମ ଥର ପାଇଁ ରାଉରକେଲାରୁ କୋଲକତାକୁ ବିମାନ ସେବା ଆରମ୍ଭ ହେବାକୁ ଯାଉଛି । ଏଥିପାଇଁ ରାଜ୍ୟ ସରକାର Viability Gap Funding ଜରିଆରେ ଯୋଗାଇ ଦେଇଛନ୍ତି । ରାଜ୍ୟ ସରକାର ୩୫ଟି ଆସନ ପାଇଁ VGF ବ୍ୟବସ୍ଥା କରିଛନ୍ତି । ଏହା ଦ୍ୱାରା ଯାତ୍ରୀମାନେ ମାତ୍ର ୧ ଘଣ୍ଟା ୩୦ ମିନିଟ୍ରେ ରାଉରକେଲାରୁ କୋଲକତା ଯାତ୍ରା କରିପାରିବେ ।
ଆଲାଏନ୍ସ ଏୟାର ପକ୍ଷରୁ ସପ୍ତାହକୁ ୩ ଦିନ ମଙ୍ଗଳବାର, ଗୁରୁବାର, ଶନିବାର ବିମାନ ସେବା ଯୋଗାଇ ଦିଆଯିବ । ଏହାଦ୍ୱାରା ସୁନ୍ଦରଗଡ ଜିଲ୍ଲାରେ ଶିଳ୍ପ ଓ ପର୍ଯ୍ୟଟନ କ୍ଷେତ୍ରରେ ବ୍ୟାପକ ଅଭିବୃଦ୍ଧିର ସମ୍ଭାବନା ସୃଷ୍ଟି ହୋଇଛି । ପ୍ରାରମ୍ଭିକ ବିମାନ ଦେୟ ୧୯୯୯ ଟଙ୍କା ରହିଛି ।
You Can Read :
wp:embed {"url":"https://www.prameyanews7.com/lady-hanging-dead-body-found-from-kantabanji-of-balangir/","type":"wp-embed","providerNameSlug":"prameya-news-7"} /wp:embed