ସ୍କୁଲ ଖୋଲିବା ନିଷ୍ପତ୍ତି ନେବେ ଜିଲ୍ଲାପାଳ, ରାଜ୍ୟର ଅଧା ସ୍ଥାନରେ ସ୍କୁଲ ଛୁଟି, ଅଧାରେ ସକାଳୁଆ

Published By : Prameya-News7 Bureau | June 18, 2024 IST

ଭୁବନେଶ୍ୱର ୧୮।୬ : ସ୍କୁଲ ଖୋଲିବା ନିଷ୍ପତ୍ତି ମୁଖ୍ୟମନ୍ତ୍ରୀ ଜିଲ୍ଲାପାଳଙ୍କ ଉପରେ ଛାଡିବା ପରେ କିଛି ଜିଲ୍ଲାରେ ୨୦ ତାରିଖ ଯାଏ ସ୍କୁଲ ଛୁଟି ବୃଦ୍ଧି କରାଯାଇଛି। ପ୍ରବଳ ଖରା ଏବଂ ଗୁଳୁଗୁଳିକୁ ଦେଖି ଜିଲ୍ଲାପାଳମାନେ ଏହି ନିଷ୍ପତ୍ତି ନେଇଛନ୍ତି। ଅଧା ଜିଲ୍ଲାରେ ସକାଳୁଆ ଆଉ ଅଧା ଜିଲ୍ଲାରେ ଛୁଟି ଘୋଷଣା କରାଯାଇଛି ।

ଖବର ଅନୁଯାୟୀ,  ୧୧ଜିଲ୍ଲାରେ ୨୦ତାରିଖ ଯାଏଁ ସ୍କୁଲ ଛୁଟି ଘୋଷଣା କରାଯାଇଛି । ୪ ଜିଲ୍ଲାରେ କେବଳ ଆଜି ଛୁଟି । ୧୫ ଜିଲ୍ଲାରେ ସକାଳ ସାଢେ ୬ଟାରୁ ୧୦ ପର୍ଯ୍ୟନ୍ତ ସ୍କୁଲ ଖୋଲିବ । ଏହି ନିର୍ଦ୍ଦେଶ ଆସନ୍ତା ୨୦ତାରିଖ ଯାଏଁ ବଳବତ୍ତର ରହିବ । ପାଣିପାଗ ସ୍ଥିତିକୁ ଦେଖି ସ୍କୁଲ ଖୋଲିବା ନିଷ୍ପତ୍ତି ଜିଲ୍ଲାପାଳ ନେବେ । ଖୋର୍ଦ୍ଧା, କୋରାପୁଟ, ରାୟଗଡ଼ା, କଟକ, କେନ୍ଦୁଝର, ନବରଙ୍ଗପୁର, ପୁରୀ, ଅନୁଗୁଳ, ବାଲେଶ୍ବର ଜିଲ୍ଲାପାଳମାନେ ସକାଳ ୬ଟା ୩୦ରୁ ୧୦ଟା ୩୦ ପର୍ଯ୍ୟନ୍ତ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନେଇଥିବା ବେଳେ ସୁବର୍ଣ୍ଣପୁର, ସୁନ୍ଦରଗଡ଼, ସମ୍ବଲପୁର, ଭଦ୍ରକ, ବରଗଡ଼, ବଲାଙ୍ଗୀର ଜିଲ୍ଲାପାଳମାନେ ଜୁନ୍ ୨୦ତାରିଖ ପର୍ଯ୍ୟନ୍ତ ସ୍କୁଲ ଛୁଟି କରିବାକୁ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.