ନୂଆ ଫୌଜଦାରୀ ଆଇନ ସମ୍ପର୍କରେ ସଚେତନ ହେବେ ଓକିଲ, ରାଜ୍ୟ ବାର୍‌ କାଉନସିଲ୍‌ର ଘୋଷଣା

Published By : Prameya-News7 Bureau | June 26, 2024 IST

କଟକ: ଜୁଲାଇ ୧ରୁ ସାରା ଦେଶରେ କାର୍ଯ୍ୟକାରୀ ହେବାକୁ ଯାଉଛି ନୂତନ ଫୌଜଦାରୀ ଆଇନ। ଆଉ ଏହି ଆଇନ୍‌ ସମ୍ପର୍କରେ ରାଜ୍ୟର ସମସ୍ତ ଓକିଲମାନଙ୍କୁ ସଚେତନ କରାଯିବ । ଏନେଇ ସୂଚନା ଦେଇଛି ରାଜ୍ୟ ବାର କାଉନସିଲ। ଆଉ ଏଥିପାଇଁ ଆସନ୍ତା ୨୯ ତାରିଖରେ ସମସ୍ତ ବାର୍‌ ଆସୋସିଏସନମାନଙ୍କରେ ସ୍ୱତନ୍ତ୍ର ସଚେତନତା କାର୍ଯ୍ୟକ୍ରମ ମଧ୍ୟ କରାଯିବ।  

ଉକ୍ତଦିନ ହାଇକୋର୍ଟରେ ମଧ୍ୟ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ହେବ। ଯେହେତୁ ବ୍ରିଟିଶ ଅମଳରେ ପ୍ରଣୀତ ହୋଇଥିବା ଫୌଜଦାରୀ ଆଇନର ସଂଶୋଧନ କରାଯାଇଛି । ତେଣୁ ନୂଆ ଫୌଜଦାରୀ ଆଇନ ବାବଦରେ ସମସ୍ତ ଆଇନଜୀବୀମାନେ କିପରି ବିସ୍ତୃତ ଭାବେ ଜାଣିପାରିବେସେ ସମ୍ପର୍କରେ ଉକ୍ତଦିନ ସାରା ରାଜ୍ୟରେ ରହିଥିବା ୧୮୩ ଟି ଓକିଲ ସଂଘରେ ବିଶେଷ ଭାବେ ଆଲୋଚନା କରାଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.