ନେତାଜୀଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କଲେ ରାଜସ୍ୱମନ୍ତ୍ରୀ, ବୁଲି ଦେଖିଲେ ସଂଗ୍ରହାଳୟ

Published By : Prameya-News7 Bureau | June 26, 2024 IST

କଟକ ୨୬/୦୬: ଦିନିକିଆ କଟକ ଗସ୍ତରେ ଯାଇଥିଲେ ରାଜ୍ୟ ରାଜସ୍ବ ମନ୍ତ୍ରୀ ସୁରେଶ୍ ପୂଜାରୀ । କଟକ ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ବକ୍ସିବଜାର ସ୍ଥିତ ସମାଜ ଅଫିସ ଆସି ଉତ୍କଳ ମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରିଥିଲେ। 

ଏହାପରେ ଓଡିଆ ବଜାର ଠାରେ ଥିବା ନେତାଜୀ ସୁବାସ ଚନ୍ଦ୍ର ବୋଷଙ୍କ ଜନ୍ମସ୍ଥାନ ସଂଗ୍ରହାଳୟରେ ନେତାଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହ ସଂଗ୍ରହାଳୟ ବୁଲି ଦେଖିଥିଲେ। ଏହା ପରେ ହାଇକୋର୍ଟ ବାରରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ । ଉଭୟ ଉତ୍କଳ ମଣି ପଣ୍ଡିତ ଗୋପବନ୍ଧୁ ଦାସ ଓ ନେତାଜୀ ସୁବାଷ ବୋଷଙ୍କ ଦେଶ ତଥା ରାଜ୍ୟ ପ୍ରତି ଥିବା ଅବଦାନ ସମସ୍ତେ ମନେ ରଖିବା ଆବଶ୍ୟକ ବୋଲି ରାଜସ୍ବ ମନ୍ତ୍ରୀ ସୁରେଶ୍ ପୂଜାରୀ କହିଛନ୍ତି ।


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.