ବଲାଙ୍ଗୀର ୨୩।୧୦ : ବଲାଙ୍ଗୀର-ଟିଟିଲାଗଡ଼ ୨୭ ନମ୍ବର ଜାତୀୟ ରାଜପଥରେ ଦୁର୍ଘଟଣା । ଏହି ଦୁର୍ଘଟଣାରେ ଜଣେ ଡାକ୍ତରଙ୍କ ମୃତ୍ୟୁ ହୋଇଛି । ମୃତ ଡାକ୍ତର ଜଣଙ୍କ ହେଲେ ଦେଓଗାଁ ଥାନା ହାତୀଶରା ଗାଁର ୨୮ ବର୍ଷୀୟ ରବିନ୍ଦ୍ର ରାୟ ବୋଲି ଜଣାପଡିଛି ।
ଖବର ଅନୁଯାୟୀ, ବୁଧବାର ଡାକ୍ତର ରବିନ୍ଦ୍ର ରାୟ ବୁଲେଟରେ ଦେଓଗାଁ ଅଭିମୁଖେ ଯାଉଥିଲେ । ଏହି ସମୟରେ ବୀଜଖମନ ନିକଟରେ ଅଟୋ ଏବଂ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଯାହାଫଳରେ ଏହି ଦୁର୍ଘଟଣାରେ ଡାକ୍ତର ରାୟ ଗୁରୁତର ହୋଇଥିଲେ। ଏହାପରେ ପୋଲିସ ଡାକ୍ତରଙ୍କୁ ଉଦ୍ଧାର କରି ବଲାଙ୍ଗୀର ଭୀମଭୋଇ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଛି । ଅନ୍ୟପଟେ ଦୁର୍ଘଟଣା ପରେ ଅଟୋଚାଳକ ଅଟୋ ଛାଡି ଫେରାର ହୋଇଯାଇଥିବା ସୂଚନା ମିଳିଛି । ବାକି ଟାଉନ୍ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଏତେ କମ୍ ବୟସର ନିଜ ପୁଅକୁ ହରାଇ ଭାଙ୍ଗିପଡିଛନ୍ତି ଡାକ୍ତରଙ୍କ ବାପା ।
ସୂଚନାଯୋଗ୍ୟ ଯେ, ସମ୍ଭାବ୍ୟ ବାତ୍ୟା ଦାନାର ମୁକାବିଲା ପାଇଁ ରାଜ୍ୟ ସରକାର ସମସ୍ତ ପ୍ରସ୍ତୁତି କରୁଛନ୍ତି । ଜିରୋ କାଜୁଆଲିଟି ଲକ୍ଷ୍ୟ ରଖି ରାଜ୍ୟ ସରକାର ସମସ୍ତ ପଦକ୍ଷେପ ଗ୍ରହଣ କରୁଛନ୍ତି । ଅଭିଜ୍ଞ ପ୍ରଶାସନିକ ଅଧିକାରୀଙ୍କୁ ସମ୍ଭାବ୍ୟ ବାତ୍ୟାରେ ପ୍ରଭାବିତ ହେବାକୁ ଥିବା ଜିଲ୍ଲାର ତଦାରଖ ପାଇଁ ନିଯୁକ୍ତି ଦେଇଛନ୍ତି । ଏହାରି ଭିତରେ ଆଉ ଏକ ବଡ଼ ନିଷ୍ପତ୍ତି କ୍ରମେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବାତ୍ୟା ମୁକାବିଲା ପରିଚାଳନାର ନିରୀକ୍ଷଣ ପାଇଁ ମନ୍ତ୍ରୀମାନଙ୍କୁ ଦାୟିତ୍ୱ ଦେଇଛନ୍ତି ।
୯ ଜଣ ମନ୍ତ୍ରୀଙ୍କୁ ନଅ ଜିଲ୍ଲାର ଦାୟିତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ
ଜଗତସିଂହପୁର-ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ
ବାଲେଶ୍ୱର-ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବି ନାଏକ
ଭଦ୍ରକ- କ୍ରୀଡ଼ା ମନ୍ତ୍ରୀ ସୂରଜ ସୂର୍ଯ୍ୟବଂଶୀ
ମୟୂରଭଞ୍ଜ- ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର
ପୁରୀ- ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା
କେନ୍ଦ୍ରାପଡ଼ା- ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ
ଗଞ୍ଜାମ- ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା
କେନ୍ଦୁଝର- ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
କଟକ- ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ