ଜଙ୍ଗଲରୁ ୨ ଜଣଙ୍କ ମୃତଦେହ ଉଦ୍ଧାର ଘଟଣାରେ ଖୁଲାସା,ଡ୍ରଗ୍ସ କାରବାର ପାଇଁ ଘଟିଛି ହତ୍ୟାକାଣ୍ଡ

Published By : Prameya-News7 Bureau | October 26, 2024 IST

ବଲାଙ୍ଗୀର ୨୬/୧୦: ଡ୍ରଗ୍ସ କାରବାର ପାଇଁ ହତ୍ୟାକାଣ୍ଡ । ବଲାଙ୍ଗୀର ପୁଇଁତଳା ଥାନା ତଳମୁଣ୍ଡା ଗାଁ ନିକଟ ଜଙ୍ଗଲରୁ ଯୁବକ-ଯୁବତୀଙ୍କ ମୃତଦେହ ଉଦ୍ଧାର ଘଟଣାରେ ଏସ୍‌ଡିପିଓଙ୍କ ଖୁଲାସା । ଜଣେ ଯୁବତୀ ଓ ୩ ଜଣ ଯୁବକଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ ।ଗୋଟିଏ ଭେରନା କାର ଜବତ କରାଯାଇଛି ।   ଘଟଣାର ୩ ଦିନ ପରେ ଯୁବକ ଯୁବତୀଙ୍କ ପତ୍ତା ମିଳିଛି । ଉଭୟ ଝାରଖଣ୍ଡର ହୋଇଥିବାବେଳେ ମୃତକଙ୍କ ପରିଚୟ ଗୋପନ ରଖିଛି ପୋଲିସ । ତାଙ୍କ ପରିବାର ଲୋକ ଆସି ବଲାଙ୍ଗୀରରେ ପହଞ୍ଚିଛନ୍ତି । ଶନିବାର ମୃତଦେହର ପୋଷ୍ଟମର୍ଟମ କରାଯିବ । ଡ୍ରଗ୍ସ କାରବାରକୁ ନେଇ ଉଭୟଙ୍କୁ ହତ୍ୟା କରାଯାଇଥିବା ପୋଲିସର ଖୁଲାସା ଅନେକ ରହସ୍ୟକୁ ଇଙ୍ଗିତ କରୁଛି । l ପୋଲିସ ଏନେଇ ପୁରା ତଥ୍ୟ ଦେଇନି । ଗତ ୨୪ରେ ଜଙ୍ଗଲରୁ ଯୁବକ-ଯୁବତୀଙ୍କ ମୃତଦେହ ମିଳିଥିଲା । ଅଧା ଉଲଗ୍ନ ଅବସ୍ଥାରେ ପଡିଥିଲେ ଯୁବକ । ବେକରେ ଥିଲା କଟା ଦାଗ । ସେହିପରି ଯୁବତୀଙ୍କ ବେକ ମଧ୍ୟ କଟାଯାଇଥିବା ଦେଖିବାକୁ ମିଳିଥିଲା । ମୃତଦେହ ଉଦ୍ଧାର କରି ଛାନ୍‌ଭିନ୍‌ ଚଳାଇଥିଲା ପୋଲିସ ।   

 

  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.