ଡୋନାଲ୍ଡ ଟ୍ରମ୍ପଙ୍କ ସିକ୍ରେଟ୍ କ୍ୟାପ୍, ୪୫-୪୭ ଲେଖାର କନେକ୍ସନ କଣ?

Published By : Prameya-News7 Bureau | July 22, 2024 IST

ଓ୍ୱାଶିଂଟନ ୨୨/୦୭: ଡୋନାଲ୍ଡ ଟ୍ରମ୍ପ । ଶକ୍ତିଶାଳୀ ରାଷ୍ଟ୍ରର ଚର୍ଚ୍ଚିତ ଚେହେରା । ନା ଯେମିତି, ବିବାଦ ବି ସେତିକି । ପର୍ସନାଲ ହେଉ ବା ପ୍ରଫେସନାଲ୍ ଲାଇଫ୍ । ଆମେରିକାର ପୂର୍ବତନ ରାଷ୍ଟ୍ରପତି । ଏବେ ସେ ରାଷ୍ଟ୍ରପତି ପ୍ରାର୍ଥୀ । ନିର୍ବାଚନ ପାଇଁ କରୁଛନ୍ତି ପ୍ରଚାର । ରିପବ୍ଲିକାନ ପ୍ରାର୍ଥୀ ଭାବେ ମାଗୁଛନ୍ତି ଭୋଟ । ହେଲେ ଭୋଟ ପ୍ରଚାର ବେଳେ ବାଜିରେ ଲାଗିଛି ଜୀବନ । 

କେତେବେଳେ ଗୁଳିମାଡ ତ କେତେବେଳେ ଆଟାକ୍ । ତଥାପି ଶତ୍ରୁ ଆଗରେ ବେଶ ଛାତି ଚଉଡା କରିବାରେ ଚାଲୁଛନ୍ତି ସେ । ଏବେ କିନ୍ତୁ ଚର୍ଚ୍ଚା ଅଲଗା କାରଣ ପାଇଁ । କୁହାଯାଉଛି କି, ସେ ଗୁଳିମାଡରୁ ବଞ୍ଚିଯିବା ପଛରେ ରହିଛି ଟୋପିର ହାତ । ଏ ସେହି ଟୋପି ଯାହାକୁ ଗୁଳିମାଡ ବେଳେ ପିନ୍ଧିଥିଲେ ଟ୍ରମ୍ପ । ତେବେ କଣ ଏହି ଟୋପିର ଖାସିଅତ । କାହିଁକି ସେହି ଟୋପି ପିନ୍ଧିଥିଲେ ଟ୍ରମ୍ପ । ଆସନ୍ତୁ ଜାଣିବା ପୂରା ଘଟଣା । 

ଆମେରିକା ବଜାରରେ ୪୫-୪୭ ଡିମାଣ୍ଡ । ସେ ଟି-ସାର୍ଟ ହେଉ ବା କ୍ୟାପ । କିଣିବାକୁ ପ୍ରଶଂସକଙ୍କ ଲମ୍ୱା ଲାଇନ ଲାଗୁଛି । ୪୫-୪୭ ଲେଖାଥିବା ନଜର ପଡିଲେ କିଣି ନେଉଛନ୍ତି ସଭିଏଁ । ଖାଲି ସେତିକି ନୁହେଁ ନିକଟରେ ଟ୍ରମ୍ପଙ୍କ ବର୍ଥଡେ ସେଲିବ୍ରେଟ୍ ହୋଇଥିଲା । ଯେଉଁଠି କେକ୍‌ ଉପରେ ଲାଗିଥିଲା ୪୫ ରୁ ୪୭ କ୍ୟାଣ୍ଡେଲ୍ । ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହୋଇଥିଲା ଏହି ଭିଡିଓ । ଆହୁରି ବି ୪୭ USA ନାମରେ କ୍ଲବଟିଏ ବି ରହିଛି । ଟ୍ରମ୍ପ ସମର୍ଥକମାନେ ଏହାକୁ ଗଢିଛନ୍ତି । ତେବେ ଏହାର ପୂର୍ବ ନା ଥିଲା ୪୫ USA । ଏବେ କିନ୍ତୁ ଏହା ବଦଳି ହୋଇଯାଇଛି ୪୭ USA । 


ଡୋନାଲ୍ଡ ଟ୍ରମ୍ପ ଆମେରିକାର ରାଷ୍ଟ୍ରପତି ହେବା ପରେ ସେ ହୋଇଥିଲେ ୪୫ ତମ ରାଷ୍ଟ୍ରପତି । ଏହା ପରେ ସେ ୪୬ ତମ ରାଷ୍ଟ୍ରପତି ନିର୍ବାଚନରେ ହାରିଗଲେ । ଏବେ ସେ ପୁଣିଥରେ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଲଢୁଛନ୍ତି ନିର୍ବାଚନ । ଆଉ ଯଦି ନିର୍ବାଚନ ଜିତିଗଲେ ତେବେ ସେ ହୋଇଯିବେ ୪୭ ତମ ରାଷ୍ଟ୍ରପତି । ଏଭଳି ପରିସ୍ଥିତିରେ ତାଙ୍କ ସମର୍ଥକମାନେ ତାଙ୍କୁ ୪୭ ତମ ରାଷ୍ଟ୍ରପତି କରିବାକୁ ଚାହୁଁଛନ୍ତି। ଖାସ୍ ସେଥିପାଇଁ ଆରମ୍ଭ କରିଛନ୍ତି ୪୫-୪୭ ଅଭିଯାନ ।  

ନିକଟରେ ରାଲିରେ ସାମିଲ ହୋଇଥିଲେ ଟ୍ରମ୍ପ । ରାଲିରେ ଆତତାୟୀଙ୍କ ଗୁଳିମାଡର ଶିକାର ହୋଇଥିଲେ ସେ । ଗୁଳିଟି ତାଙ୍କ କାନରେ ବାଜିଥିଲା । ଏମିତିକି ଜଣେ ୫୦ ବର୍ଷର ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିଲା । ହେଲେ ସୌଭାଗ୍ୟ ବଶତଃ ବର୍ତ୍ତିଯାଇଥିଲେ ଟ୍ରମ୍ପ । ତେବେ ଏହି ସମୟରେ ସେ ପିନ୍ଧିଥିଲେ ୪୫-୪୭ ନମ୍ୱର ଲେଖାଥିବା ଟୋପି । 


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.