ଧନତେରସରେ କିଣନ୍ତୁନି ଏହି ଜିନିଷ, ନଚେତ୍‌ ଆସିପାରେ ଦୁର୍ଭାଗ୍ୟ !

Published By : Prameya-News7 Bureau | October 27, 2024 IST

ନୂଆଦିଲ୍ଲୀ : ଆଉ ଦିନ କେଇଟା ପରେ ଆସୁଛି ଧନତେରସ। ଦୀପାବଳୀ ପୂର୍ବ ଦିନ ପାଳନ ହେବ ଏହି ପର୍ବ । ଶାସ୍ତ୍ର ଅନୁଯାୟୀ ଧନ୍ୱନ୍ତରି ଦେବୀଙ୍କର ଏହି ଦିନ ପୂଜା କରାଯାଏ । ଶାସ୍ତ୍ର ଅନୁଯାୟୀ ଧନ୍ୱନ୍ତରି ଦେବ ବୈଦ୍ୟ ରୂପେ ସୁବିଦିତ । ତାଙ୍କୁ ଆୟୁର୍ବେଦିକ ଶାସ୍ତ୍ରର ସର୍ଜନ ବୋଲି ମଧ୍ୟ କୁହାଯାଇଥାଏ । ଶାସ୍ତ୍ର ଅନୁଯାୟୀ ଧନ୍ଵନ୍ତରୀ ଜୟନ୍ତୀ ବା ଧନତେରସର ସିଧା ସଳଖ ସମ୍ପର୍କ ଶୁକ୍ର ଗ୍ରହ ସହ ରହିଛି । 

ପରମ୍ପରା ଅନୁଯାୟୀ ଲୋକମାନେ ଏହି ଦିନ ସୁନା ରୂପା ନୂଆ ବାସନ ଇତ୍ୟାଦି କିଣିଥାନ୍ତି । ଏହା ଧନ ଏବଂ ସମୃଦ୍ଦିର ପ୍ରତୀକ । ଶୁଭ୍ର ବର୍ଣ୍ଣ ସହ ଶୁକ୍ରଙ୍କ ଶୁଭ ଦୃଷ୍ଟି ରହିଥିବା ହେତୁ ଧନତେରସରେ ରୌପ୍ୟ ସାମଗ୍ରୀ କିଣିବା ଅତ୍ୟଧିକ ଲାଭପ୍ରଦ ହୋଇଥାଏ।

ଏହି ଦିନ ସୁନା ରୁପା କିଣିବା ହିନ୍ଦୁ ପରମ୍ପରାରେ ରହିଛି । ସୁନା ନିର୍ମିତ ସାମଗ୍ରୀ ଘରକୁ ଆଣିବା ଦ୍ଵାରା ସୌଭାଗ୍ୟ ପ୍ରାପ୍ତ ହୋଇଥାଏ। ଶାସ୍ତ୍ର ଅନୁଯାୟୀ ଧନ୍ଵନ୍ତରୀ ଜୟନ୍ତୀ ବା ଧନତେରସର ସିଧା ସଳଖ ସମ୍ପର୍କ ଶୁକ୍ର ଗ୍ରହ ସହ ରହିଛି । ଶୁଭ୍ର ବର୍ଣ୍ଣ ସହ ଶୁକ୍ରଙ୍କ ଶୁଭ ଦୃଷ୍ଟି ରହିଥିବା ହେତୁ ଧନତେରସରେ ରୌପ୍ୟ ସାମଗ୍ରୀ କିଣିବା ଅତ୍ୟଧିକ ଲାଭପ୍ରଦ ହୋଇଥାଏ। 

କିନ୍ତୁ ଏପରି କିଛି ଜିନିଷ ରହିଛି ଯାହାକୁ ଧନତେରସରେ ଘରକୁ ଆଣିବା ଦ୍ବାରା ଆସିପାରେ ଦୁର୍ଭାଗ୍ୟ । ସେଥିପାଇଁ ସାବଧାନ ରୁହନ୍ତୁ । ଧନତେରସ ଦିନ ଲୌହ ନିର୍ମିତ ଜିନିଷ କିଣିବା ଅଶୁଭ ହୋଇଥାଏ । ଏହାବ୍ୟତୀତ ଧନତେରସରେ କଂସା ବା ପିତ୍ତଳ ସାମଗ୍ରୀ କିଣିବା ଅଶୁଭ ବୋଲି ମଧ୍ୟ ଶାସ୍ତ୍ରରେ କୁହାଯାଇଛି । ତେଣୁ ଏହି ସବୁ ଜିନିଷ ଧନତେରସରେ ଘରକୁ ଆଣନ୍ତୁନି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.