ଫିଲ୍ମ ଦେଖିବା ବେଳେ କାନ୍ଦୁଛନ୍ତି କି ? କମ୍‌ ବୟସରେ ହେବ ମୃତ୍ୟୁ ! ରିସର୍ଚ୍ଚରେ ଖୁଲାସା...

Published By : Prameya-News7 Bureau | October 27, 2024 IST

ନୂଆଦିଲ୍ଲୀ ୨୭।୧୦: ଫିଲ୍ମ ଦେଖୁଛନ୍ତି । ଫିଲ୍ମରେ ଦୁଃଖ ସିନ୍ ଆସିବା ମାନେ କାନ୍ଦ ଆସୁଛି । ଆପଣଙ୍କୁ ଲାଗୁଥିବ ଏହା ଖୁବ୍ ସାଧାରଣ କଥା । ଫିଲ୍ମରେ ଇମୋସନାଲ୍ ସିନ୍ ଦେଖି ଆପଣ କାନ୍ଦି ପକାଉଛନ୍ତି । କିନ୍ତୁ, ଏହା ଆଦୌ ସାଧାରଣ ନୁହେଁ । ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଯେଉଁମାନେ ଫିଲ୍ମ ଦେଖିବା ବେଳେ କାନ୍ଦନ୍ତି ଖୁବ୍ କମ୍ ବୟସରେ ହୋଇଥାଏ ସେମାନଙ୍କ ମୃତ୍ୟୁ । ଏକଥା ଆମେ କହୁନୁ, ଏକଥାକୁ ସତ ପ୍ରମାଣିତ କରିଛନ୍ତି ବୈଜ୍ଞାନିକ । ବୈଜ୍ଞାନିକଙ୍କ କହିବାନୁଯାୟୀ, ଯେଉଁମାନେ ଫିଲ୍ମ ଦେଖିବା ସମୟରେ କାନ୍ଦନ୍ତି ଏବଂ ଅସ୍ୱଭାବିକ ଭାବେ ଭୟ କରନ୍ତି କିମ୍ବା କୌଣସି ସାଧାରଣ ପରିସ୍ଥିତିକୁ ବିପଦ ଭାବରେ ଦେଖନ୍ତି, ସେମାନଙ୍କର ଅଳ୍ପ ବୟସରେ ମୃତ୍ୟୁ ହେବାର ଆଶଙ୍କା ଅଧିକ ରହିଥାଏ । 

ଅଧ୍ୟୟନରୁ ଜଣାପଡ଼ିଛି ଯେ, ବିଶେଷ କରି ସ୍ନାୟୁ ସମ୍ବନ୍ଧୀୟ ରୋଗରେ ପୀଡ଼ିତ ରୋଗୀଙ୍କର ଏପରି ଆଚରଣ ହୋଇଥାଏ । ଏହିପରି ଲକ୍ଷଣ ଥିବା ବ୍ୟକ୍ତିଙ୍କର ଅକାଳ ମୃତ୍ୟୁ ହେବାର ଆଶଙ୍କା ୧୦ ପ୍ରତିଶତ ବଢ଼ିଥାଏ । ସ୍ନାୟୁ ସମ୍ବନ୍ଧୀୟ ରୋଗରେ ପୀଡ଼ିତ ଲୋକଙ୍କର ରହିଥାଏ ଭୟ ଓ କ୍ରୋଧ ଭଳି ନକାରାତ୍ମକ ଭାବନା । ଚିନ୍ତା ଏବଂ ଏକେଲାପଣ ବ୍ୟକ୍ତିର ମନ ଏବଂ ଶରୀର ଉପରେ ପ୍ରଭାବ ପକାଇଥାଏ । 

ବୈଜ୍ଞାନିକମାନେ ଏକଲାପଣକୁ ଅକାଳ ମୃତ୍ୟୁର ସବୁଠାରୁ ବଡ଼ ଶକ୍ତି ବୋଲି କହିଛନ୍ତି । ଏହା ଶ୍ୱାସକ୍ରିୟା ଏବଂ ହଜମ ପ୍ରକ୍ରିୟା ରୋଗର ମୁଖ୍ୟ କାରଣ ହୋଇଥାଏ । ଏମିତିକି ଏହି ବ୍ୟକ୍ତିମାନେ ନିଜେ ନିଜକୁ କ୍ଷତି ପହଞ୍ଚାଇବାର ସମ୍ଭାବନା ଅଧିକ ରହିଥାଏ । ମୁଡ୍ ସୁଇଙ୍ଗ୍ ଏବଂ ବିରକ୍ତ ଭାବ ହେଉଛି ନ୍ୟୁରୋଟିଜିମର ଲକ୍ଷଣ । ଯାହା ଅଧିକ ମୃତ୍ୟୁ ହାରର କାରଣ । ଅନୁସନ୍ଧାନ ଅନୁଯାୟୀ, ପୁରୁଷମାନଙ୍କଠାରେ ଏହି ରୋଗ ଅଧିକ ଦେଖିବାକୁ ମିଳେ । ଖାସ୍ କରି ୫୪ ବର୍ଷରୁ କମ୍ ବୟସର ଲୋକଙ୍କ ମଧ୍ୟରେ, ଯେଉଁମାନଙ୍କ ପାଖରେ ଶିକ୍ଷାଗତ ଯୋଗ୍ୟତା ନଥାଏ । 

ଫ୍ଲୋରିଡା ଷ୍ଟେଟ୍ ୟୁନିଭର୍ସିଟିର ଏକ ଅନୁସନ୍ଧାନକାରୀ ଟିମ୍ ୟୁନାଇଟେଡ୍ କିଙ୍ଗଡମ୍ ବାୟୋବ୍ୟାଙ୍କ ତଥ୍ୟକୁ ଦେଖିଥିଲେ । ଏଥିରେ ପ୍ରାୟ ୫ଲକ୍ଷ ବ୍ୟକ୍ତି ବିଶେଷଙ୍କୁ ରିସର୍ଚ୍ଚକୁ ନିଆଯାଇଥିଲା । ବୈଜ୍ଞାନିକମାନେ ୧୭ ବର୍ଷ ଧରି ଏହି ବ୍ୟକ୍ତି ବିଶେଷଙ୍କ ଜୀବନକୁ ଟ୍ରାକ୍ କରିଥିଲେ । ଏହି ସମୟ ମଧ୍ୟରେ ପ୍ରାୟ ୫ଲକ୍ଷଙ୍କ ମଧ୍ୟରୁ ୪୩ ହଜାର ୪୦୦ ଜଣଙ୍କର ମୃତ୍ୟୁ ହୋଇସାରିଛି । ଯାହା ମୋଟ୍ ନମୁନାର ୮.୮ ପ୍ରତିଶତ । 

ତଥ୍ୟ ଅନୁଯାୟୀ ମୃତ୍ୟୁର ହାରାହାରି ବୟସ ୭୦ ବର୍ଷ । ଏମାନଙ୍କ ମୃତ୍ୟୁର ପ୍ରାଥମିକ କାରଣ ହେଉଛି କର୍କଟ, ସ୍ନାୟୁପ୍ରଣାଳୀ, ଶ୍ୱାସକ୍ରିୟା ଏବଂ ହଜମ ପ୍ରକ୍ରିୟା ସହ ଜଡ଼ିତ ରୋଗ । ଏମାନେ ଶ୍ୱାସକ୍ରିୟା କିମ୍ବା ହଜମ ପ୍ରକ୍ରିୟାରେ ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଏମାନଙ୍କ ମଧ୍ୟରୁ ପ୍ରାୟ ୨୯୧ ଜଣ ନିଜେ ଆତ୍ମହତ୍ୟା କରିଥିଲେ । ଏମାନେ ନିରନ୍ତର ମାନସିକ ଚାପରେ ରହୁଥିଲେ । 

ରିସର୍ଚ୍ଚଙ୍କ ଅନୁଯାୟୀ, ଯେଉଁମାନେ ଅଧିକ ନ୍ୟୁରୋଟିସିଜମରେ ପୀଡ଼ିତ ଥିଲେ ସେମାନେ ଅଧିକ ଏକଲାପଣ ଅନୁଭବ କରୁଥିଲେ । ତେବେ ପରୀକ୍ଷଣ ପରେ ଏହା ସ୍ପଷ୍ଟ ହୋଇଥିଲା ଯେ, ଯେଉଁମାନେ ନିଜକୁ ଅଧିକ ଏକଲାପଣ ଅନୁଭବ କରନ୍ତି ଅନ୍ୟ ଲୋକଙ୍କ ଅପେକ୍ଷା ସେମାନଙ୍କର ଅକାଳ ମୃତ୍ୟୁ ହେବାର ଆଶଙ୍କା ଅଧିକ ଥାଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.