ମୋମୋ ଖାଉଛନ୍ତି କି ? ଖାଇବା ପୂର୍ବରୁ ଜାଣି ନିଅନ୍ତୁ ଏହା ସ୍ୱାସ୍ଥ୍ୟ ପାଇଁ କେତେ କ୍ଷତିକାରକ...

Published By : Prameya-News7 Bureau | October 26, 2024 IST

ନୂଆଦିଲ୍ଲୀ ୨୬।୧୦: ଷ୍ଟ୍ରିଟ୍ ଫୁଡ୍‌ କଥା ଆସିବା ମାନେ ପ୍ରଥମେ ମନକୁ ଆସେ ମୋମୋ ନାଁ । ମୋମୋ ସହିତ ଚଟନି ଖାଇବା ସମସ୍ତଙ୍କୁ ପସନ୍ଦ । ଏହି ମୋମୋକୁ ଖାଇବାକୁ ପ୍ରାୟ ଯୁବପିଢି ପାଗଳ । କିନ୍ତୁ ଜାଣନ୍ତି କି ଏହା ସ୍ୱାସ୍ଥ୍ୟ ପାଇଁ କେତେ କ୍ଷତିକାରକ । ଜାଣି ଆଶ୍ଚର୍ଯ୍ୟ ହେବେ ମୋମୋ ଖାଇବା ଦ୍ଵାରା ହେଇପାରେ ମାରାତ୍ମକ ରୋଗ ! 

ତେଲ ଜିନଷଠାରୁ ଏହା ଅଧିକ କ୍ଷତିକାରକ । ଅଧିକାଂଶ କ୍ଷେତ୍ରରେ ଖରାପ ପନିପରିବା ଏବଂ ମାଂସ ମୋମୋ ଭିତରେ ଷ୍ଟଫ୍ କରାଯାଏ । ଅଧ୍ୟୟନରୁ ଜଣାପଡିଛି ଯେ ଅଧିକାଂଶ ଚିକେନ୍ ମୋମୋସରେ କୋଲି ବ୍ୟାକ୍ଟେରିଆ ଥାଏ । ମୋମୋ ଚଟନିରେ ପ୍ରକ୍ରିୟାକୃତ ଲାଲ୍ ଚିଲି ପାଉଡର ଥାଏ । 

ତେଣୁ ଏହି ମସଲାଯୁକ୍ତ ଚଟନୀକୁ ଅଧିକ ଖାଇବା ଦ୍ୱାରା ଭୟାନକ ରୋଗ ହୁଏ ବୋଲି ବିଶେଷଜ୍ଞମାନେ ଦାବି କରିଛନ୍ତି । ମୋମୋ ମଇଦାରୁ ତିଆରି । ଯେଉଁଥିରେ ବ୍ଲିଜିଲ୍ ପେରକ୍ସାଇଡ୍ ପରି ବିଷାକ୍ତ ରାସାୟନିକ ପଦାର୍ଥ ରହିଥାଏ । ଆଲକ୍ସାନ ପରି ରାସାୟନିକ ପଦାର୍ଥ ମଇଦାକୁ ଏକ ସୂକ୍ଷ୍ମ, ନରମ ଗଠନ ଦେଇଥାଏ । 

ଯାହା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ କ୍ଷତିକାରକ । ଅଧ୍ୟୟନ ଅନୁଯାୟୀ, ମୋମୋରେ ସଲମାନେଲା ସମେତ କେତେକ ଜୀବାଣୁ ରହିଛନ୍ତି । ଯାହା ସହଜରେ ଡାଇରିଆ ଏବଂ ଟାଇଫଏଡ ଭଳି ରୋଗ ବିସ୍ତାର କରିପାରେ। ତେଣୁ ମୋମୋ ଖାଇବା ଠାରୁ ଦୂରେଇ ରହିବା ଉଚିତ୍‌ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.