ଆପଣଙ୍କ ପାଖରେ ଥିବା ୧୦ ଟଙ୍କିଆ କଏନ୍‌ ଅସଲି ତ ? ଜାଣନ୍ତୁ କ'ଣ କୁହେ RBI...

Published By : Prameya-News7 Bureau | October 26, 2024 IST

ନୂଆଦିଲ୍ଲୀ ୨୬।୧୦: ଖୁଚୁରା ବ୍ୟବହାର ଆସିବା ମାନେ ପ୍ରଥମେ ବ୍ୟବହାର ହୁଏ କଏନ୍‌ । ଏବେ ତ ମାର୍କେଟରେ ଚାଲୁଛି ୫ ଟଙ୍କିଆ ଏବଂ ୧୦ ଟଙ୍କିଆ କଏନ୍‌ । ଖାସ୍‌ କରି ଅଧିକ ବ୍ୟବହାର ହେଉଛି ୧୦ ଟଙ୍କିଆ କଏନ୍‌ । ଏମିତିକି ସମସ୍ତଙ୍କ ପାଖରେ ଥିବ ଏହି କଏନ୍‌ । କିନ୍ତୁ ଆପଣଙ୍କ ପାଖରେ ଥିବା ଏହି ୧୦ ଟଙ୍କିଆ କଏନ୍‌ ଅସଲି କି ନକଲି କେମିତି ଜାଣିବେ ? ଆସନ୍ତୁ ଜାଣିବା... 

ଦୀର୍ଘ ଦିନ ଧରି ଦେଶରେ ପ୍ରଚଳିତ ୧୦ ଟଙ୍କିଆ କଏନ୍‌ । ଏହା ପ୍ରଥମେ ୨୦୦୫ରେ ଆସିଥିଲା । ବର୍ତ୍ତମାନ ଯାଏଁ ୧୪ ପ୍ରକାରର ୧୦ଟଙ୍କିଆ କଏନ୍‌ ଆସିଛି । ପ୍ରତ୍ୟେକ ମୁଦ୍ରାରେ କିଛି ନା କିଛି ବିଶେଷ ଜିନିଷ ଦେଖିବାକୁ ମିଳିଥାଏ । ଯାହା ଆମ ଦେଶର ସଂସ୍କୃତିକୁ ପ୍ରତିଫଳିତ କରିଥାଏ । 

RBI ଅନୁଯାୟୀ, ସମସ୍ତ ଡିଜାଇନର ୧୦ ଟଙ୍କିଆ କଏନ୍‌ ଅସଲି । ବଜାରରେ ଯାହା ବି କଏନ୍‌ ରହିଛି ସେଗୁଡିକ ସବୁ ବୈଧ ଅଟେ । ଦୋକାନୀମାନେ ସମସ୍ତ ପ୍ରକାରର ୧୦ ଟଙ୍କିଆ କଏନ୍‌ ନେଇପାରିବେ । ଯଦି କୌଣସି ଦୋକାନୀ ଏହି ୧୦ ଟଙ୍କିଆ କଏନ୍‌ ନେବାକୁ ମନା କରନ୍ତି ତେବେ ତାଙ୍କୁ ଆଇନଗତ କାର୍ଯ୍ୟାନୁଷ୍ଠାନର ସାମ୍ନା କରିବାକୁ ପଡିପାରେ । 

ଲୋକଙ୍କ ସନ୍ଦେହ ଦୂର ପାଇଁ ଆରବିଆଇ ଟୋଲ ଫ୍ରି ନମ୍ବର 14440 ଜାରି କରିଛି । ଏହି ନମ୍ବରକୁ କଲ କରି ୧୦ ଟଙ୍କିଆ କଏନ୍‌ ବିଷୟରେ ଜାଣିପାରିବେ । ଯାହା ବଜାରରେ ଦ୍ୱନ୍ଦ୍ୱକୁ ହ୍ରାସ କରିବ ଏବଂ ଲୋକମାନେ ଅସଲି କଏନ୍‌ ଗ୍ରହଣ କରିବେ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.