ପୁରୀ ୧୭।୮: ନଳା ପାଣି ଓ ପେଜରେ ଭାସିଲା ଶ୍ରୀମନ୍ଦିର ସିଂହଦ୍ଵାର । ଶ୍ରୀମନ୍ଦିର ଦକ୍ଷିଣ ଦ୍ବାରରେ ଥିବା ପେଜ ନଳାରୁ ଭାସି ଆସୁଛି ପେଜ ଓ ନଳା ପାଣି । ଯାହାକୁ ନେଇ ସେବାୟତ ଓ ଭକ୍ତଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ନୀତିକାନ୍ତି ପାଇଁ ଆସୁଥିବା ସେବାୟତ ମାନଙ୍କ ମଧ୍ୟରେ କ୍ଷୋଭ ଦେଖିବାକୁ ମିଳିଛି । ତେବେ ତୁରନ୍ତ ପ୍ରଶାସନ ଏଦିଗରେ ପଦକ୍ଷେପ ନେବାକୁ ଦସାଧାରଣରେ ଦାବି ହୋଇଛି । ନଚେତ ମହାପ୍ରଭୁଙ୍କ ସେବା ପୂଜାରେ ବାଧା ସୃଷ୍ଟି ହେବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।
ତେବେ ଏହାକୁ ସଫା କରିବାରେ ସଫେଇ କର୍ମଚାରୀ ଲାଗିଥିବା ଦେଖିବାକୁ ମିଳିଛି । ଏ ବାବଦରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।
You Can Read: