ପାର୍ବଣ ବେଳେ ଆକ୍ସନ ମୋଡରେ ପୋଲିସ, ଜିଲ୍ଲା ମୁଖ୍ୟ କାରାଗାରରେ ଚଢାଉ

Published By : Prameya-News7 Bureau | October 04, 2024 IST

ସମ୍ୱଲପୁର/ବରଗଡ ୦୪/୧୦: ପାର୍ବଣ ବେଳେ ଆକ୍ସନ ମୋଡରେ ପୋଲିସ । ଅପରାଧ ରୋକିବାକୁ ମାଷ୍ଟର ପ୍ଲାନ କରିଛି ପୋଲିସ । ସେଥିପାଇଁ ଦୁଇଟି ଜିଲ୍ଲାର ମୁଖ୍ୟା କାରଗାରରେ ଚଢାଉ କରିଛି ପୋଲିସ । 

ସୂଚନା ଥାଉକି, ସକାଳୁ ସକାଳୁ ସମ୍ୱଲପୁର ଜେଲରେ ପୋଲିସ ପକ୍ଷରୁ ଚଢାଉ କରାଯାଇଥିବା ବେଳେ ବିଡ଼ି, ଖଇନ, ଗଞ୍ଜେଇ ଭଳି ମାଦକ ଦ୍ରବ୍ୟ ଜବତ କରାଯାଇଛି । ଏହି ଚଢାଉରେ ସମ୍ବଲପୁର ଥାନାର ସମସ୍ତ ଅଧିକାରୀଙ୍କ ସମେତ ଉଚ୍ଚପଦସ୍ଥ କର୍ମଚାରୀମାନେ ସାମିଲ ହୋଇଛନ୍ତି । କେମିତି ଓ କେଉଁ ପରିସ୍ଥିତିରେ ଜେଲ ମଧ୍ୟକୁ ଏସବୁ ମାଦକ ଦ୍ରବ୍ୟ ପ୍ରବେଶ କରାଯାଉଛି ସେ ଉପରେ ଯାଞ୍ଚ କରାଯାଉଛି ।

ସେହିପରି ବରଗଡ଼ ଜିଲାମୁଖ୍ୟ କାରାଗାରରେ ଅତର୍କିତ ଚଢାଉ କରିଛି ପୋଲିସ । ବରଗଡ଼ ଏସ୍ପି ପି.ଏସ ମୀନାଙ୍କ ନେତୃତ୍ୱରେ ଅତର୍କିତ ଚଢ଼ାଉ କରାଯାିଛି । ଭାଙ୍ଗ, ଖଇନି, ଗୁଟଖା ଓ ଆଣ୍ଟି ବାୟୋଟିକ ଔଷଧ ଜବତ ହୋଇଛି । 


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.