ଜବର ଦଖଲ ଉଛେଦ ବେଳେ ଦ୍ୱନ୍ଦ୍ୱ ନରହୁ, ହାଇକୋର୍ଟଙ୍କ କଡ଼ା ନିର୍ଦ୍ଦେଶ

Published By : Prameya-News7 Bureau | October 04, 2024 IST

କଟକ ୦୪/୧୦: ଜବର ଦଖଲ ଉଛେଦ ବେଳେ ଦ୍ୱନ୍ଦ୍ୱ ନରହୁ । ଉଛେଦ ସମ୍ପର୍କିତ ନୋଟିସ ବାବଦରେ କର୍ମଚାରୀଙ୍କୁ ଟ୍ରେନିଂ ଦେବାକୁ ନିର୍ଦେଶ ଦେଇଛନ୍ତି ହାଇକୋର୍ଟ । ଏମିତିକି ତହସିଲଦାରଙ୍କୁ ବିପର୍ଯ୍ୟୟ ପରିଚାଳନା ପାଇଁ ପ୍ରଶିକ୍ଷଣ ଦିଅ ବୋଲି ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ରାଜ୍ୟ ସରକାରଙ୍କୁ ଏପରି ନିର୍ଦେଶ ଦେଇଛନ୍ତି ହାଇକୋର୍ଟ । 

ସୂଚନା ଥାଉକି, ଜବର ଦଖଲ ଉଛେଦ ନୋଟିସ ବାବଦରେ ବି ପ୍ରଶିକ୍ଷଣ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ମାସକ ମଧ୍ୟରେ ପଦକ୍ଷେପ ନେବାକୁ ନିର୍ଦେଶ ଦେଲେ ହାଇକୋର୍ଟ । ଅନ୍‌ଲାଇନ ଜରିଆରେ ପ୍ରଶିକ୍ଷଣ ଦେବାକୁ ନିର୍ଦେଶ ଦେଲେ ହାଇକୋର୍ଟ। ଜବର ଦଖଲ ଉଛେଦ ସମ୍ପର୍କିତ ମାମଲାର ଶୁଣାଣି କରି ଏପରି ରାୟ ଦେଇଛନ୍ତି ହାଇକୋର୍ଟ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.