ଜଗତଜନନୀଙ୍କ ନବରାତ୍ର ପୂଜା, ଦ୍ୱିତୀୟ ଦିନରେ ବିରଜା ପୀଠରେ ଗହଳି

Published By : Prameya-News7 Bureau | October 04, 2024 IST

ଯାଜପୁର ୦୪/୧୦: ମାଆ ଜଗତଜନନୀଙ୍କ ନବରାତ୍ର ପୂଜା । ବିଭିନ୍ନ ଦେବୀ ପୀଠରେ ଚାଲିଛି ପୂଜାର୍ଚ୍ଚନା । ଏହି ଅବସରରେ ଯାଜପୁର ଅଧିଷ୍ଠାତ୍ରୀ ଦେବୀ ମା' ବିରଜାଙ୍କ ପାଦ ସ୍ପର୍ଶ ସହ ମୁଖ ଦର୍ଶନ ହୋଇଛି । 

ମା'ଙ୍କ ପାଦ ସ୍ପର୍ଶ ଦର୍ଶନ କରିବାକୁ ଭକ୍ତଙ୍କ ଗହଳି ଲାଗିଛି । ସେଥିପାଇଁ ବିରଜା କ୍ଷେତ୍ର ହୋଇ ଉଠିଛି ଚଳଚଞ୍ଚଳ । ବିଶ୍ଵାସ ଅଛି ମା'ଙ୍କୁ ଦର୍ଶନ କଲେ ମନର ମାନସିକ ପୂରଣ ହୋଇଥାଏ । 

ସୂଚନା ଥାଉକି, ବିଭିନ୍ନ ଶକ୍ତିପୀଠରେ ଚାଲିଛି ଷୋଡଶ ଉପଚାର ପୂଜା । ବିରଜା କ୍ଷେତ୍ରରେ ବିଭିନ୍ନ ରୂପରେ ଦର୍ଶନ ଦେଉଛନ୍ତି ମାଆ । ଆଜି ନବରାତ୍ରର ଦ୍ୱିତୀୟ ଦିନରେ ମାଆଙ୍କ ଦର୍ଶନ କରିବାକୁ ଧାଇଁ ଆସିଛନ୍ତି ଭକ୍ତ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.