ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା, ୮ ମାଓବାଦୀଙ୍କ ଆତ୍ମସମର୍ପଣ

Published By : Prameya-News7 Bureau | September 23, 2024 IST

ମାଲକାନଗିରି ୨୩।୦୯ : ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା । ମାଲକାନଗିରି ସୀମାନ୍ତ ଛତିଶଗଡ଼ର ବିଜେପୁର ଜିଲ୍ଲାରେ ସୁରକ୍ଷା ବାହିନୀକୁ ମିଳିଛି ବଡ଼ ସଫଳତା । ଆଠ ଜଣ ମାଓବାଦୀ ବିଜାପୁର ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି । 

ଖବର ଅନୁଯାୟୀ, ବିଜାପୁରରେ ସୁରକ୍ଷା ବାହିନୀକୁ ମିଳିଛି ସଫଳତା । ତିନି ଜଣ ହାର୍ଡକୋର ମାଓବାଦୀଙ୍କ ସହ ମୋଟ ୮ ଜଣ ବିଜାପୁର ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି । ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ଉପରେ ୧୧ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ ଛତିଶଗଡ ସରକାର । ଆତ୍ମସମପର୍ଣ କରିଥିବା ମାଓବାଦୀଙ୍କ ନାଁରେ ହତ୍ୟା, ଆଇଇଡି ବିସ୍ଫୋରଣ, ସୁରକ୍ଷା କର୍ମୀଙ୍କ ଉପରେ ଗୁଳିଚାଳନା କରିବା ଭଳି ଅନେକ ସଙ୍ଗୀନ ଅଭିଯୋଗ ରହିଛି । ଆତ୍ମସମର୍ପଣ ପରେ ସେମାନଙ୍କୁ ସରକାରଙ୍କ ନିୟମ ଅନୁସାରେ ଥଇଥାନ କରାଯିବା ବୋଲି ବିଜାପୁର ପୋଲିସ କହିଛି ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.