ରାଞ୍ଚି ୧୮।୧୧: ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ନଭେମ୍ବର ୨୦ରେ ଅନୁଷ୍ଠିତ ହେବ। ଏଥି ପାଇଁ ସୋମବାର ସନ୍ଧ୍ୟା ୬ଟା ନିର୍ବାଚନ ପ୍ରଚାର ଶେଷ ହୋଇଛି। ଦ୍ୱିତୀୟ ପର୍ଯ୍ୟାୟରେ ୩୮ଟି ଆସନ ନିମନ୍ତେ ଭୋଟ ଗ୍ରହଣ ହେବ। ଏହି ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ, ବାଚସ୍ପତି ରବିନ୍ଦ୍ର ନାଥ ମହତୋ, ପୂର୍ବତନ ମୁଖ୍ୟମନ୍ତ୍ରୀ ବାବୁଲାଲ ମରାଣ୍ଡି, ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସୁଦେଶ ମହତୋଙ୍କ ଆସନରେ ବି ଭୋଟ ଗ୍ରହଣ ହେବ।
शिकारीपाड़ा का आशीर्वाद है तीर-धनुष के साथ
— Hemant Soren (@HemantSorenJMM) November 18, 2024
जीतेगा झारखण्ड🏹🏹 pic.twitter.com/xtzCiHUOwS
ଏଥିରେ ୪ କ୍ୟାବିନେଟ ମନ୍ତ୍ରୀଙ୍କ ଭାଗ୍ୟ ପରୀକ୍ଷା ମଧ୍ୟ ଏହି ଭୋଟଗ୍ରହଣରେ ହେଉଛି। ମନ୍ତ୍ରୀ ଇରଫାନ ଅଂସାରୀ, ଦୀପିକା ପାଣ୍ଡେୟ ସିଂହ, ହଫିଜୁଲ ହସନ ଓ ବେବି ଦେବୀଙ୍କ ସିଟରେ ମଧ୍ୟ ଭୋଟ ହେଉଛି। ଏହା ଛଡା ସୀତା ସୋରେନ, କଳ୍ପନା ସୋରେନ, ଲୋବିନ ହେମ୍ବ୍ରମ ଓ ଲୁଇସ ମରାଣ୍ଡିଙ୍କ ସିଟ୍ ର ମଧ୍ୟ ଭାଗ୍ୟ ପରୀକ୍ଷା ହେବ। ଝାଡଖଣ୍ଡ ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟରେ ୧୧ ଜଣ ପୂର୍ବତନ ମନ୍ତ୍ରୀଙ୍କ ସିଟରେ ମଧ୍ୟ ମତଦାନ ହେଉଛି। ୩୮ଟି ଆସନ ନିମନ୍ତେ ମୈଦାନରେ ମୋଟ ୫୨୮ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱୀତା କରୁଛନ୍ତି। ଏମାନଙ୍କ ମଧ୍ୟରେ ୪୭୨ ଜଣ ପୁରୁଷ ପ୍ରାର୍ଥୀ ଥିବା ବେଳେ ୫୫ ଜଣ ମହିଳା ପ୍ରାର୍ଥୀ ଅଛନ୍ତି।
28 धनवार विधानसभा क्षेत्र की आदरणीय जनता-जनार्दन...
— Babulal Marandi (@yourBabulal) November 18, 2024
आपकी सेवा का जो संकल्प मैंने लिया था, वह सिर्फ एक शुरुआत थी। अब समय है उस सेवा को नई ऊंचाइयों तक ले जाने का। आपके विश्वास और समर्थन ने मुझे हमेशा आगे बढ़ने की प्रेरणा दी है।
आगामी 20 नवंबर को आपका हर एक वोट एक नई सुबह का… pic.twitter.com/D8bxUxBtQh
ଏହି ପର୍ଯ୍ୟାୟ ନିର୍ବାଚନରେ ଜାତୀୟ ଦଳଙ୍କ ୭୩ ଜଣ ପ୍ରାର୍ଥୀଙ୍କ ମଧ୍ୟରେ ୧୩ ଜଣ ମହିଳା ଅଛନ୍ତି। ଏହା ଛଡା ରାଜ୍ୟସ୍ତରୀୟ ପାର୍ଟିମାନଙ୍କର ୨୮ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱୀତାକୁ ଅଧିକ ରୋଚକ କରିଛନ୍ତି। ଏମାନଙ୍କ ମଧ୍ୟରେ ବି ୫ ଜଣ ମହିଳା ଅଛନ୍ତି। ଏହା ଛଡା ୨୫୭ ଜଣ ସ୍ୱାଧୀନ ପ୍ରାର୍ଥୀ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱୀତା କରୁଛନ୍ତି।