ଥମୁନି ହାତୀ ଉପଦ୍ରବ, ମହିଳାଙ୍କୁ କଚାଡ଼ି ମାରିଦେଲା ଦନ୍ତା

Published By : Prameya-News7 Bureau | March 18, 2025 IST

ଦେବଗଡ଼ ୧୮।୦୩ : ହାତୀର ଉତ୍ପାତ । ଚାଲିଗଲା ଆଉ ଏକ ଜୀବନ। ଜଣେ ମହିଳାଙ୍କୁ କଚାଡ଼ି ମାରିଦେଲା ଦନ୍ତା। ଦେବଗଡ଼ ଜିଲ୍ଲା ରିଆମାଳ ରେଞ୍ଜ୍ କୁଣ୍ଢେଇଗୋଳା ସେକ୍ସନ ତିଲେଇପୋଷୀ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା। 

ସୋମବାର ତିଲେଇପୋଷୀ ଗାଁର ରିତୁ ମହାରଙ୍କ ପରିବାର ରାତିରେ ଖାଇ ସାରି ଶୋଇଥିଲେ। ବିଳମ୍ବିତ ରାତିରେ ଏକ ଦନ୍ତା ହାତୀ ଆସି ତାଙ୍କ ଘର ଭାଙ୍ଗି ଦେଇଥିଲା। ଏହି ସମୟରେ ପରିବାର ଲୋକ ଜୀବନ ବିକଳରେ ଦୌଡ଼ି ପଳାଇଥିଲେ। ହେଲେ ରିତୁଙ୍କ ସ୍ତ୍ରୀ ପୂଜା ମହାର ହାତୀ ହାବୁଡ଼ରେ ପଡ଼ି ଯାଇଥିଲେ। ଦନ୍ତା ହାତୀଟି ପୂଜାଙ୍କୁ ଶୁଣ୍ଢରେ କଚାଡ଼ି ଦେଇଥିଲା ଏବଂ ପରେ ଗୋଡ଼ରେ ଦଳି ଦେଇଥିଲା। ଯାହାଫଳରେ ଘଟଣାସ୍ଥଳରେ ପୂଜାଙ୍କର ମୃତ୍ୟୁ ଘଟିଥିଲା। ସେପଟେ ଘଟଣା ସଂପର୍କରେ ଖବର ପାଇ ରିଆମାଳ ଜଙ୍ଗଲ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।

ଚୈତ୍ର ମାସ ପ୍ରଥମ ମଙ୍ଗଳବାର, ମାଆ ତାରାତାରିଣୀଙ୍କ ଦର୍ଶନ ପାଇଁ ଭକ୍ତଙ୍କ ଗହଳି

  • prameyanews7
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.