ଉଦ୍ଧାର କରିପାରିଲାନି ବନ ବିଭାଗ, ଚାଲିଗଲା ଗର୍ଭବତୀ ହାତୀର ଜୀବନ

Published By : Prameya-News7 Bureau | May 28, 2024 IST

ଉଦଳା ୨୮।୫: ଉଦ୍ଧାର କରିପାରିଲା ନାହିଁ ବନ ବିଭାଗ, ଶେଷରେ ଚାଲିଗଲା ମାଈ ହାତୀର ଜୀବନ। ସବୁଠାରୁ ବଡ଼ କଥା ହାତୀଟି ଗର୍ଭବତୀ ଥିଲା । ଏଭଳି ଘଟଣା ଘଟିଛି କପ୍ତିପଦା ଏବଂ କୁଲଡିହା ରେଞ୍ଜର ଅସନଘାଟି ଜଙ୍ଗଲରେ । 

ସୂଚନାଯୋଗ୍ୟ ଯେ, ଅସନଘାଟି ଜଙ୍ଗଲ ଭିତରେ ଖୋଳା ଯାଇଥିବା ଟ୍ରେଞ୍ଜ ଲାଇନ ଖାଲରେ ଏକ ମାଈ ହାତୀ ପଡ଼ିଥିବା କପ୍ତିପଦା ଏବଂ କୁଲଡିହା ବନ ବିଭାଗ ଖବର ପାଇଥିଲେ । ଉଭୟ ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ମାଈ ହାତୀକୁ ଉଦ୍ଧାର କରିବା ପାଇଁ ଜେସିବିର ସହାୟତା ମଧ୍ୟ ନେଇଥିଲେ । ହେଲେ ୪ ଘଣ୍ଟା ଧରି ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ ସୁଦ୍ଧା ହାତୀଟିକୁ ବଞ୍ଚାଇ ପାରି ନଥିଲେ । ଶେଷରେ ମାଈ ହାତୀର ମୃତ୍ୟୁ ହୋଇଛି । ଏବେ ଦୁଇ ବନ ବିଭାଗ ମିଳିତ ଭାବେ ହାତୀର ବ୍ୟବଚ୍ଛେଦ କରାଇ ଥିବା ଜଣାଯାଇଛି । ମୃତ ମାଈ ହାତୀର ବୟସ ୧୦ ବର୍ଷରୁ ଅଧିକ ହୋଇଥିବା ବେଳେ ହାତୀଟି ଗର୍ଭବତୀ ଥିବା ଜଣାଯାଇଛି । ବନ ବିଭାଗର ଉଦ୍ଧାର କାର୍ଯ୍ୟରେ ଅବହେଳା କାରଣରୁ ହାତୀର ମୃତ୍ୟୁ ହୋଇଥିବା କୁହାଯାଉଛି ।

You Can Read :

ଘର ସାମ୍ନାରୁ ପୂର୍ବତନ ସରପଞ୍ଚଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.