ପାଟଣା ଓ ଚମ୍ପୁଆ ରେଞ୍ଜରେ ହାତୀ ପଲଙ୍କ ଉପଦ୍ରବ, ଭାଙ୍ଗିଦେଲେ ପାଚେରୀ

Published By : Prameya-News7 Bureau | May 28, 2024 IST

ପାଟଣା ୨୮।୫: କେନ୍ଦୁଝର ଜିଲ୍ଲା ପାଟଣା ଓ ଚମ୍ପୁଆ ରେଞ୍ଜରେ ହାତୀ ପଲଙ୍କ ଉପଦ୍ରବ । ସୋମବାର ବିଳମ୍ବିତ ରାତିରେ ୩ ଟିକିଆ ହାତୀ ପଲ ଚମ୍ପୁଆ ରେଞ୍ଜ ଉଖୁଣ୍ଡା ସେକ୍ସନ କମଣ୍ଡ ସରକାରୀ ପ୍ରାଥମିକ ବିଦ୍ୟାଳୟର ପାଚେରୀ ଭାଙ୍ଗି ଦେଇଛନ୍ତି । 

ସେହିପରି ଏକ ଗୋଠଛଡା ଦନ୍ତା ପାଟଣା ରେଞ୍ଜ ଖିରେଇଟାଙ୍ଗିରୀ ସେକ୍ସନ କଣ୍ଟିଆପଡା ବେହେରା ସାହିରେ ୨ଟି ଭର ଭାଙ୍ଗି ଘର ଭିତରୁ ଧାନ ଚାଉଳ ଖାଇ ନଷ୍ଟ କରିଦେଇଛନ୍ତି । ୩ ଟିକିଆ ହାତୀ ପଲ ଏବେ ବର୍ଦ୍ଧନା ଜଙ୍ଗଲରେ ଡେରା ପକାଇଥିବା ବେଳେ ଗୋଠଛଡା ଦନ୍ତାଟି ଖିରେଇଟାଙ୍ଗିରୀ ସେକ୍ସନ କଣ୍ଟିଆପଡା ଧରମ ଘାଟିରେ ଡେରା ପକାଇଛି । ଏବେ ଗାଁ ନିକଟରେ ହାତୀ ପଲ ଘୁରି ବୁଲୁଥିବାରୁ ସ୍ଥାନୀୟ ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି । ବନ ବିଭାଗ ହାତୀଙ୍କ ଗତିବିଧି ଉପରେ ନଜର ରଖିଛି ।

You Can Read :

ଉଦ୍ଧାର କରିପାରିଲାନି ବନ ବିଭାଗ, ଚାଲିଗଲା ଗର୍ଭବତୀ ହାତୀର ଜୀବନ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.