ବିଶିଷ୍ଟ କବି ଓ ପଦ୍ମଶ୍ରୀ ଜୟନ୍ତ ମହାପାତ୍ରଙ୍କ ପରଲୋକ

Published By : Prameya-News7 Bureau | August 27, 2023 IST

ଭୁବନେଶ୍ୱର: ବିଶିଷ୍ଟ କବି ଓ ପଦ୍ମଶ୍ରୀ ଜୟନ୍ତ ମହାପାତ୍ରଙ୍କ ପରଲୋକ ହୋଇଛି। ୯୫ ବର୍ଷ ବୟସରେ ଆଖି ବୁଜିଲେ ଏହି ପ୍ରଖ୍ୟାତ ଲେଖକ। କଟକ ଏସ୍‌ସିବିରେ ଚିକିତ୍ସିତ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା। ନିମୋନିଆ କାରଣରୁ ତାଙ୍କ ଶରୀର ଗୁରୁତର ହୋଇଯିବାରୁ ତାଙ୍କୁ କଟକ ଏସ୍‌ସିବିରେ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ଅଗଷ୍ଟ ୨୩ ତାରିଖରେ ଏନେଇ ସୂଚନା ମିଳିଥିଲା। ଅଗଷ୍ଟ ୪ ତାରିଖରେ ପ୍ରଥମେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ହେଲେ ସେ ସୁସ୍ଥ ହୋଇଯାଇଥିଲେ। କିନ୍ତୁ ପୁଣିଥରେ ତାଙ୍କ ଦେହ ଖରାପ ହୋଇଯାଇଥିଲା।

{"id":836862,"width":824,"height":645,"sizeSlug":"full","linkDestination":"none"}

ଫେବ୍ରୁଆରୀ ୨୦୨୨ ବାରିପଦାରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିବା ୱାଶ୍‌ରୁମ୍‌ରେ ଅଚେତ ହୋଇ ପଡ଼ିଯାଇଥିଲେ ଶ୍ରୀ ମହାପାତ୍ର। ସେବେଠାରୁ ତାଙ୍କର ପାକସ୍ତଳୀ ଜନିତ ସମସ୍ୟା ହୋଇଥିଲା। ତା ପୂର୍ବରୁ ୨୦୨୧ ଜୁନ୍‌ରେ ସେ କୋଭିଡ୍ ପଜିଟିଭ୍ ଚିହ୍ନଟ ହେବା ପରେ ତାଙ୍କୁ ଡାକ୍ତରଖାନାରେ ଚିକିତ୍ସିତ ହୋଇଥିଲା।

{"id":836863,"width":754,"height":539,"sizeSlug":"full","linkDestination":"none"}

ଜୟନ୍ତ ମହାପାତ୍ର ଉଭୟ ଇଂରାଜୀ ଓ ଓଡ଼ିଆ ସାହିତ୍ୟରେ ଖ୍ୟାତି ଅର୍ଜନ କରିଛନ୍ତି। ୱେଟିଂ ଓ ଏ ରେନ୍ ଅପ୍ ରାଇଟ୍ସ ତାଙ୍କର ଦୁଇଟି ଚମତ୍କାର ପୁସ୍ତକ। ଏଥିସହିତ ସେ ଭାରତର ପ୍ରଥମ ଇଂରାଜୀ କବି ଭାବେ ୧୯୮୧ ମସିହାରେ କେନ୍ଦ୍ର ସାହିତ୍ୟ ଆକାଡେମୀ ଆୱାର୍ଡରେ ସମ୍ମାନିତ ହୋଇଥିଲେ। ତାଙ୍କର ପୋଏମ୍‌ ରିଲେନସିପ୍‌ ପାଇଁ ତାଙ୍କୁ ଏହି ପୁରସ୍କାର ମିଳିଥିଲା। କେନ୍ଦ୍ର ସାହିତ୍ୟ ଆକାଡେମୀ ସହ ଉକ୍ରଳ ରତ୍ନ ସମ୍ମାନ, ସାରଳା ସମ୍ମାନ, ବିଷୁବ ପୁରସ୍କାରରେ ସମ୍ମାନୀତି କରାଯାଇଛି।

Rivers, nostalgia, and solitude: Poet Jayanta Mahapatra’s essential art at 94

ଜୟନ୍ତ ମହାପାତ୍ର ୧୯୨୮ ମସିହା ଅକ୍ଟୋବର ମାସ ୨୨ତାରିଖ ଦୁର୍ଗାଷ୍ଟମୀ ତିଥିରେ କଟରେ ଏକ ନିମ୍ନ ମଧ୍ୟବିତ୍ତ ପରିବାରରେ ଜନ୍ମଗ୍ରହଣ କରିଥିଲେ। ପିତାଙ୍କ ନାମ ଥିଲା ନେମୁଏଲ ମହାପାତ୍ର ଓ ମାତାଙ୍କ ନାମ ସୁଧାଂଶୁବାଳା ଦାଶ। ସେ କଟକର ଷ୍ଟିବର୍ଟ ସ୍କୁଲରେ ପଢ଼ା ଆରମ୍ଭ କରି ପରେ ପଦାର୍ଥ ବିଜ୍ଞାନରେ ସ୍ନାତକତ୍ତୋର ହାସଲ କରିଛନ୍ତି। ୧୯୪୯ ମସିହାରେ ସେ ରାଜ୍ୟର ବିଭିନ୍ନ ସରକାରୀ କଲେଜ ଯଥା, ଫକୀରମୋହନ କଲେଜ, ବାଲେଶ୍ୱର, ଗଙ୍ଗାଧର ମେହେର କଲେଜ, ସମ୍ବଲପୁର, ବି. ଜେ.ବି କଲେଜ, ଭୁବନେଶ୍ୱର ଏବଂ ରେଭେନ୍ସା କଲେଜ, କଟକରେ ପଦାର୍ଥ ବିଜ୍ଞାନ ବିଭାଗରେ ଅଧ୍ୟାପକ ଭାବେ କାର୍ଯ୍ୟ କରି ୧୯୮୬ରେ ଅବସର ଗ୍ରହଣ କରିଥିଲେ।

{"id":836864,"sizeSlug":"full","linkDestination":"none"}

ୱିକିପିଡିଆ ତଥ୍ୟ ଅନୁସାରେ ୩୮ ବର୍ଷ ବୟସରେ ସେ କବିତା ରଚନା କରିବା ଆରମ୍ଭ କଲେ ଏବଂ ୪୦ ବର୍ଷ ହେବା ପୂର୍ବରୁ ତାଙ୍କର ପ୍ରଥମ କବିତା ପ୍ରକାଶ ପାଇଥିଲା । ତାଙ୍କର ପ୍ରଥମ କବିତା ସଂକଳନ ସ୍ୱୟଂବର ଏବଂ କବିତାସମୂହ ୧୯୭୧ରେ ଏବଂ ପରେ ପରେ 'କ୍ଲୋଜ ଦି ସ୍କାଇ, ଟେନ ବାଇ ଟେନର ପ୍ରକାଶନ ହୋଇଥିଲା । ତାଙ୍କର କବିତା ସଂକଳ ମଧ୍ୟରୁ ଏ ରେନ ଅଫ ରାଇଟ୍ସ, ଲାଅଫ୍‌ ସାଇନ୍ସ ଏବଂ ଏ ୱାଇଟନେସ ଅଫ ବୋନ ଆଦି ଉଚ୍ଚକୋଟୀର। ସୂଚନା ଅନୁସାରେ ସେ ୧୬ଟି କବିତା ସଂକଳନ ରଚନା କରିସାରିଛନ୍ତି।

ଓଡ଼ିଆ

wp:list
  • ପାହିନି ରାତି (ଆତ୍ମଜୀବନୀ)
  • ସ୍ୱୟଂବର (୧୯୭୧)
  • ପ୍ରତୀକ୍ଷା (୧୯୭୯)
  • ସମ୍ପର୍କ (୧୯୮୦)
  • ବଳୀ (୧୯୯୩)
  • କହିବି ଗୋଟିଏ କଥା (୧୯୯୫)
  • ଟିକିଏ ଛାଇ (୨୦୦୪)
  • ଭୋର ମୋଇତ୍ର କନଫୁଲ (୨୦୧୧)
  • ବାୟା ରାଜା (୧୯୯୭)
  • ଯଦି'ବା ଗପ ଟିଏ (୨୦୦୮)
/wp:list

ଇଂରାଜୀ

wp:list
  • କ୍ଲୋଜ ଦ ସ୍କାଇ ଟେନ ବାଇ ଟେନ
  • ଏ ରେନ଼୍ ଅଫ ରଇଟ଼୍
  • ରିଲେସନସିପ
/wp:list

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.