ପୋଲିସ ପାପୁଲି ଛିଣ୍ଡାଇଥିଲା, ଏବେ ପୋଲିସ ଗୁଳିରେ ପେଶାଦାର ଅପରାଧି ଗୁରୁତର

Published By : Prameya-News7 Bureau | October 10, 2024 IST

NEWS UPDATE

ସମ୍ୱଲପୁର ୧୦/୧୦: ବୁର୍ଲା ପୋଲିସ ଦ୍ୱାରା ପେଶାଦାର ଅପରାଧିଙ୍କୁ ଏନକାଉଣ୍ଟର । ପୋଲିସକୁ ଆକ୍ରମଣ କରି ପାପୁଲି ଛିଣ୍ଡାଇଥିବା ଅପରାଧି କମଲୁ ପ୍ରଧାନଙ୍କୁ ଏନକାଉଣ୍ଟର କଲା ପୋଲିସ । 

ବୁର୍ଲା ଥାନା ଅଧିକାରୀ ଅନିଲ ପ୍ରଧାନଙ୍କ ଗୁଳିରେ ଅଭିଯୁକ୍ତ କମଲୁ ପ୍ରଧାନଙ୍କ ଗୋଡରେ ଗୁଳି ବାଜିଛି । ବୁର୍ଲା ପୋଲିସ ଅପରାଧିକୁ ଧରିବାକୁ ଜଙ୍ଗଲକୁ ଯାଇଥିବାବେଳେ ପୋଲିସକୁ ପୁଣି ଆକ୍ରମଣ କରିଥିଲା ଅପରାଧି । ଫଳରେ ଜଙ୍ଗଲ ଭିତରେ ଏନକାଉଣ୍ଟର କରିଛି ପୋଲିସ । ବୁର୍ଲା ଥାନା ଆ.କଟାପାଲି ଜଙ୍ଗଲରେ ଏନକାଣ୍ଟର କରାଯାଇଛି । 

ଅଭିଯୁକ୍ତର ପାଲଟା ଆକ୍ରମଣରେ ବୁର୍ଲା ପୋଲିସର ଏସଆଇ ଦେବାଶିଷ ଖିଲାରଙ୍କ ହାତ ପାପୁଲିରେ ଗଭୀର ଆଘାତ ଲାଗିଛି । ଅନ୍ୟପଟେ ଏନକାଉଣ୍ଟରରେ ଅଭିଯୁକ୍ତର ଡାହାଣ ଗୋଡରେ ଗୁଳି ବାଜିଛି । ଉଭୟଙ୍କୁ ବୁର୍ଲା ଭୀମସାରରେ ଭର୍ତ୍ତି କରାଯାଇଛି । 


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.