ବିଜେଡି ସହ ସଂପର୍କ କାଟିଲେ ଅମର ଶତପଥୀ, କହିଲେ ମୋ ପାଇଁ ଅଛି ଅନେକ ଅପସନ

Published By : Prameya-News7 Bureau | October 14, 2024 IST

ଭୁବନେଶ୍ୱର ୧୪/୧୦: ବିଜେଡି ସହ ସଂପର୍କ କାଟିଲେ ବଡଚଣାର ପୂର୍ବତନ ବିଧାୟକ ଅମର ଶତପଥୀ । ଆଜି ପ୍ରେସମିଟ୍ କରି ଏନେଇ ସ୍ପଷ୍ଟ କରିଛନ୍ତି ସେ । କହିଛନ୍ତି ମୁଁ ଏବେ  ବିଜେଡ଼ିରେ ନାହିଁ ।  ମୁଁ ଏକପ୍ରକାର ସ୍ଵାଧୀନ । ଦଳର ସଭ୍ୟ ସଂଗ୍ରହ ଅଭିଯାନରେ ମୁଁ ଆଉ ସଦସ୍ୟତା ଗ୍ରହଣ କରିନି। ମୁଁ ଦଳୀୟ ବିଜେଡ଼ି କାର୍ଯ୍ୟକଳାପରୁ ନିଜକୁ ନିଜେ ଅବ୍ୟାହତି ରଖିଛି କିଛି ଦିନ ହେବ। ବିଜେପି ସମେତ ଅନେକ ଦଳ ମୋ ସହ ଯୋଗାଯୋଗରେ ଅଛନ୍ତି । ଏବେ ମୁଁ ସକ୍ରିୟ ରାଜନୀତିରେ ନାହିଁ । 

ସେ ଆହୁରି କହିଛନ୍ତି ଯେ, ମୁଁ ବିଜେଡିରେ ରହି ଅଣନିଶ୍ୱାସୀ ଅନୁଭବ କରୁଥିଲିେ । ସେଥିପାଇଁ ମୁଁ ଦଳ ଛାଡିଛି । କିଛି ଦିନ ତଳେ ଅମର ଅନେକ କଥା କହିଥିଲେ । ୨୦୨୪ ନିର୍ବାଚନରେ ଟିକେଟ ନମିଳିବାରୁ ଅସନ୍ତୋଷ ବ୍ୟକ୍ତ କରିଥିଲେ ଅମର । ଆହୁରି ବି ନିକଟରେ ବିଜେଡି ସଦସ୍ୟତା ଅଭିଯାନରେ ବି ସାମିଲ ହୋଇନଥିଲେ । 


କିଛି କାର୍ଯ୍ୟକ୍ରମ ନେଇ ମୁଁ ଶ୍ୱାସ ରୁଦ୍ଧ ରହିଛି । ଯେଉଁ ବିଚାର ଆଉ ଯେଉଁ କାର୍ଯ୍ୟକ୍ରମ ନେଇ ବିଜୁ ଜନତା ଦଳ ଗଠନ ହୋଇଥିଲା ସେଥିରୁ ଆମେ ଅନେକ ଦୁରେଇ ଯାଉଛୁ । ଏ କଥା ମୁଁ ଅନେକ ସମୟରେ କହିଛି, ଯେଉଁ ମାନେ କହୁଛନ୍ତି ଅଣ ନିଶ୍ୱାସୀ ହୋଇ ଛନ୍ତି ବିଜେପିକୁ ପଳେଇ ଯାନ୍ତୁ ସେ ମୋତେ ଦୟାକରି ମୋତେ ପରାମର୍ଶ ଦିଅନ୍ତୁନି । ସେ ନିଶ୍ୱାସ ସହ ରୁହନ୍ତୁ । ବିଜୁ ଜନତା ଦଳ ଗଠନ ବେଳେ ମୁଁ ଜାଣେନା ତାଙ୍କର ଭୂମିକା କଣ ଥିଲା । 

୨୦୦୦ମସିହାରେ ଯେତେବେଳେ ଦଳ ଗଠନ ହୋଇଥିଲା ସେତେବେଳେ ମୁଁ ମଧ୍ୟ ଜଣେ ପ୍ରତିଷ୍ଠାତା ସଦସ୍ୟ ଭାବେ ଥିଲି । କେଉଁ ପ୍ରତିକୂଳ ପରିସ୍ଥିତି ରେ ଦଳ ଗଠନ ହେଲା ଆଞ୍ଚଳିକ ଦଳ ହେଲା ପରେ ଲୋକଙ୍କ ସମର୍ଥନ ପାଇଲୁ । ଏକଥାକୁ ଅଣଦେଖା କରି ଯେଉଁମାନେ ତତ୍କାଳୀନ ରାଜନୀତିରେ ଆମକୁ ପରାମର୍ଶ ଦେଉଛନ୍ତି ଦୟାକରି ସେ ପରାମର୍ଶ ମୋତେ ନ ନଦେଇ ଦଳ ଭିତରେ ପରାମର୍ଶ ଦିଅନ୍ତୁ ଆଶା କରିବା ଭଲ ଦିନ ସେ ଦେଖିବେ।


ସେପଟେ ବରିଷ୍ଠ ବିଜେଡି ନେତା ଅମର ଶତପଥୀଙ୍କୁ ସାଂଘାତିକ ଭାବେ ଟାର୍ଗେଟ କରିଛନ୍ତି ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି । ଲେନିନ୍ କହିଛନ୍ତି, ‘ ଦଳରେ  ଯଦି ଅମର ଶତପଥୀ ଶ୍ୱାସରୁଦ୍ଧ ହୋଇଯାଉଛନ୍ତି ତେବେ ଦଳ ଛାଡି ଚାଲିଯାଆନ୍ତୁ । ସେ  ନିଜ ପୁତୁରାଙ୍କୁୁ ପୂର୍ବରୁ ବିଜେପିକୁ ପଠାଇଦେଇଛନ୍ତି ଏବେ ନିଜେ ଲାଇନରେ ଅଛନ୍ତି । ଅମର ଦଳ ଛାଡିଲେ ବିଜେଡିରେ ପଇସାକର ବି ପ୍ରଭାବ ପଡିବନି । ବିଜେଡି ତାଙ୍କୁ ପରିଚୟ ଦେଇଛି , ସ୍ଥିତି ଦେଇଛି । କିନ୍ତୁ ସେ ଏବେ ଦଳ ବିରୁଦ୍ଧରେ କହୁଛନ୍ତି । ଯାହା କେବେବି ଗ୍ରହଣଯୋଗ୍ୟ ନୁହେଁ’ ।


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.