କଟକରେ ଅବକାରୀ କମିଶନ ଅଫିସ ଅଛି,ସ୍ଥାନାନ୍ତର ପ୍ରସ୍ତାବ ନାହିଁ-ସ୍ପଷ୍ଟ କଲେ କମିଶନର

Published By : Prameya-News7 Bureau | September 03, 2024 IST

କଟକ ୩/୯: କଟକରେ ରହିବ ଅବକାରୀ କମିଶନର ଅଫିସ । ଭୁବନେଶ୍ବର ସ୍ଥାନାନ୍ତର ହେବା ଏକ ଗୁଜବ ମାତ୍ର । ଏକଥା ସ୍ପଷ୍ଟ କରିଛନ୍ତି ଅବକାରୀ କମିଶନର ନରସିଂହ ଭୋଳ । ସେ କହିଛନ୍ତି ଭୁବନେଶ୍ବରରେ କେବଳ କ୍ୟାମ୍ପ ଅଫିସ ଜରୁରୀ କାମ ପଡିଲେ ଆସେ । ପୂର୍ବରୁ ରାଜସ୍ବ ବିଭାଗ ଅଧୀନରେ ଅବକାରୀ ବିଭାଗ ରହିଥିଲା । ସେଥିପାଇଁ କମିଶନର ଅଫିସ ରାଜସ୍ବ ପରିଷଦ କୋଠାରେ ଚାଲିଥିଲା । ୧୯୯୯ରେ ଅଲଗା ହେବା ପରେ ବି ଅଫିସ ସେଇଠି ଚାଲିଥିଲା । ୨ ବର୍ଷ ତଳେ ନିର୍ଦ୍ଦେଶ ହେବାରୁ ଫ୍ଲାଇଂ ସ୍କ୍ବାଡ୍‌ ଅଫିସକୁ ସ୍ଥାନାନ୍ତର ହୋଇଥିଲା । ତେବେ କଟକରେ ସ୍ଥାନାଭାବରୁ କେବଳ ଲ୍ୟାବ୍‌ ଭୁବନେଶ୍ବର ଆସିଥିଲା ।ଗୋଦାମ, ଲ୍ୟାବ୍‌ ଏବଂ ଫ୍ଲାଇଂ ସ୍କ୍ବାଡ୍‌ ଅଫିସ ଭୁବନେଶ୍ବର ଆସିଥିଲା । କମିଶନର ଅଫିସ କଟକରେ ଅଛି, ସ୍ଥାନାନ୍ତର ପ୍ରସ୍ତାବ ନଥିବା କହିଛନ୍ତି କମିଶନର ।

 


 

 

 

 

 

 

 

  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.